ଇସ୍ରୋକୁ ମିଳିବ କି ଆଉ ଏକ ସଫଳତା, ୨ୟ ବାଣିଜ୍ୟିକ ସ୍ପେଶ୍ ଲଞ୍ଚ ପାଇଁ ଚାଲିଛି ପ୍ରସ୍ତୁତି

73

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଶଷା କେନ୍ଦ୍ର ତଥା ଇସ୍ରୋ ଆଉ ଏକ ସଫଳତା ହାସଲ କରିବ । ନିଜର ୨ୟ ବାଣିଜ୍ୱିକ ସ୍ପେଶ୍ ଲଞ୍ଚ ପାଇଁ ଚାଲିଛି ପ୍ରସ୍ତୁତି । ଇସ୍ରୋ ତରଫରୁ ମହାକାଶକୁ ବ୍ରିଟେନ୍ କମ୍ପାନୀ ୱାନେଓବ୍ ର ୩୬ ଟି ଉପଗ୍ରହକୁ ପଠାଇବା ପାଇଁ ପ୍ରସ୍ତୁତି ଶେଷ ପ୍ରଯ୍ୟାୟରେ ପହଞ୍ଚିଛି । ସମସ୍ତ ଉପଗ୍ରହକୁ ରବିବାର ଦିନ ୯ ଘଟିକାରେ ଭାରତର ସବୁଠାରୁ ଓଜନିଆ ଉତକ୍ଷେପଣ ଯାନ ‘ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ’ ରକେଟ୍ ସାହାଯ୍ୟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରର ୨ୟ ଲଂଚପ୍ୟାଡରୁ ଉତକ୍ଷେପଣ କରାଯିବ । ଏହାର ପ୍ରସାରଣକୁ ଆନ୍ତର୍ଜାତୀୟ ସ୍ତରରେ କରାଯିବ । ବ୍ରିଟେନ୍ ସ୍ଥିତ ଭାରତୀ ଏଣ୍ଟରପ୍ରାଇସ୍ କମ୍ପାନୀ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହାଦ୍ୱାରା ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ଜଗତରେ ଅନେକ ନବୀକରଣ ଆସିବ ବୋଲି ଇସ୍ରୋ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା । ଇସ୍ରୋର ଏହି ମିସନର ଲକ୍ଷ୍ୟ ହେଉଛି ୬୦୦ ରୁ ଅଧିକ ଉପଗ୍ରହକୁ ମହାକାଶକୁ ପଠାଇ ଏକ ମଜବୁତ୍ ଗ୍ରୁପ୍ ବନାଇବା । ଏହା ପୂର୍ବରୁ ମଧ୍ୟ ଇସ୍ରୋ ତରଫରୁ ୩୬ ଟି ଉପଗ୍ରହକୁ ସଫଳତାପୂର୍ବକ ରୂପରେ ପୃଥିବୀର ୬୦୦ କିଲୋମିଟର ନିମ୍ନ କକ୍ଷପଥ ମଧ୍ୟରେ ଲଞ୍ଚ ହେଇଛି ।
ଏହାଦ୍ୱାରା କଣ ଫାଇଦା ମିଳିବ
– ରବିବାର ସକାଲ ୯ ଟା ରେ ହେବ ଉତକ୍ଷେପଣ
– ଏନଏସଆଇଏଲର ଏହା ଏକ କମର୍ସିଆଲ୍ ମିଶନ୍
– ସାରା ବିଶ୍ୱରେ ବ୍ରଡବ୍ୟାଣ୍ଡ ସଂଯୋଗରେ ଉନ୍ନତି ଆସିବ
– ମିଳିବ ଦ୍ରୁତ ଇଂଟରନେଟ ସେବା
– ଉପକୃତ ହେବେ ବିଶ୍ୱର ବିଭିନ୍ନ କୋଣର ଇଂଟରନେଟ୍ ବ୍ୟବହାରକାରୀ
– ଫ୍ଲୋରିଡାରେ ଉପଗ୍ରହକୁ କରାଯାଇଛି ନିର୍ମାଣ