ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ସାରା ଆକାଶ… ଅକ୍ଟୋବରରେ ଇସ୍ରୋ ଲଞ୍ଚ କରିବ ‘ଗଗନାୟନ’

464

କନକ ବ୍ୟୁରୋ: ଚନ୍ଦ୍ରଯାନ ୩ ଓ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପରେ ଏବେ ଇସ୍ରୋ ସାରା ଆକାଶ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ କରିସାରିଛି । ଏଥିପାଇଁ ନିକଟ ଭବିଷ୍ୟତରେ ଇସ୍ରୋ ‘ଗଗନାୟନ’ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଛନ୍ତି ଯେ, ଆଗାମୀ ପଦକ୍ଷେପ ଗଗନାୟନ ଅଟେ । ଏବଂ ଏହାର ପରୀକ୍ଷଣ ଖୁବ୍ ଶୀଘ୍ର ଅର୍ଥାତ ଅକ୍ଟୋବରରେ ହୋଇପାରେ ।

କହିରଖୁଁ , ଗତବର୍ଷ କେନ୍ଦ୍ର ସରକାର ଗଗନାୟନ ପ୍ରେଗେକ୍ଟ ପାଇଁ ୧୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ । ଏହା ଭାରତର ଏକମାତ୍ର ଅନ୍ତରୀକ୍ଷ ମିଶନ । ଏହାଦ୍ୱାରା ମହାକାଶ ମିଶନ ଜରିଆରେ ମହାକାଶ ଯାତ୍ରୀଙ୍କୁ ମହାକାଶକୁ ନେଇ ଯିବ । ଇସ୍ରୋର ଗଗନାୟନ ମିଶନରେ ମହାକାଶଯାତ୍ରୀମାନେ ପୃଥିବୀଠାରୁ ୪୦୦ କିଲୋମିଟର ଉପରକୁ ମହାକାଶକୁ ଯାତ୍ରା କରିପାରିବେ । ଏଥିପାଇଁ ଇସ୍ରୋ ଭାରତୀୟ ବାୟୁସେନାରୁ ମହାକାଶଯାତ୍ରୀଙ୍କୁ ବାଛିବାକୁ ନିଷ୍ପତ୍ତି ନେଇଥିଲା ।