ଅଧରାତିରେ ଭୁଶୁଡିପଡିଲା ୨ ମହଲା କୋଠା । ତଳେ ଦବିଗଲେ ପୁରା ପରିବାର, ୨ ମୃତ, ୫ ଗୁରୁତର

1,293

କନକ ବ୍ୟୁରୋ: ସମସ୍ତେ ଗାଢ ନିଦରେ ଶୋଇଥିଲେ । କିଏ ଜାଣିଥିଲା ସେମାନଙ୍କ ଏ ନିଦ ଚିରନିଦ୍ରା ହୋଇଯିବ ବୋଲି । ଅଧରାତିରେ ହଠାତ୍ ଭୁଶୁଡିପଡିଲା ୨ ମହଲା କୋଠା । ଏ ଭିତରେ ଦବିଗଲେ ପୁରା ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଭିବଣ୍ଡି ନିଜାମପୁର ସହର ମହାନଗରପାଳିକା ଅଞ୍ଚଳରେ ।

ସୂଚନା ମୁତାବକ, ଭିବଣ୍ଡି ମହାନଗରପାଳିକା ଦରଗାହା ରୋଡରେ ଥିବା ଘର ନମ୍ବର ୪୪୧ । ରାତି ୧୨ଟାରେ ହଠାତ୍ ଏହା ଭୁଶୁଡିପଡିଲା । ଏଥିରେ ଥିବା ଲୋକଙ୍କର ଆକୁଳ ଚିକ୍ରାରରେ ଆଖପାଖ ଲୋକଙ୍କ ନିଦ ଭାଙ୍ଗିଯାଇଥିଲା । ସ୍ଥାନୀୟ ଲୋକେ ଏନେଇ ତୁରନ୍ତ ଫାୟାର ବ୍ରିଗେଡକୁ ଫୋନ୍ କରି ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଆସିବା ବେଳେକୁ ମାଟିତଳେ ପୁରା ପରିବାର ଅର୍ଥାତ ୭ଜଣ ସଦସ୍ୟ ଦବିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁଯାଇଥିବାବେଳେ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି ।