ମନ୍ଦିର ତୁଳନାରେ ମହିଳାଙ୍କ ପାଖରେ ଅଧିକ ସୁନାଗହଣା : ବିଶ୍ୱର ମୋଟ ସୁନା ଭଣ୍ଡାରର ୧୧% ଭାରତରେ

169

କନକ ବ୍ୟୁରୋ : ଦିନକୁ ଦିନ ସୁନା ଦର ଆକାଶଛୁଆଁ ହେବାରେ ଲାଗିଛି । କିନ୍ତୁ ଲୋକଙ୍କର ସୁନା କିଣା ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ସୁନା ଗହଣା ପ୍ରତି ଲୋକଙ୍କ ଚାହିଦା ଥିବାରୁ ଏହାର ଦରକୁ ଅଧିକ ବଢ଼ାଇ ଦେଇଛନ୍ତି ସୁନା ବ୍ୟବସାୟୀ । ବିଶେଷକରି ବିବାହ ଋତୁରେ ସୁନା କିଣିବାର ଚାହିଦା ଅଧିକ ରହିଥାଏ । ଏହାରି ଭିତରେ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରିପୋର୍ଟ ଅନୁସାରେ, ଭାରତୀୟ ମହିଳାମାନେ ୨୪ହଜାର ଟନ୍ ସୁନା ଗହଣ ପିନ୍ଧୁଛନ୍ତି । ଏହାର ପଛର କାରଣ ହେଉଛି, ଭାରତୀୟ ମହିଳାମାନେ ସୁନା ପିନ୍ଧିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହାକୁ ସ୍ୱୀକାର କରିଛି ୱାର୍ଲ୍ଡ ଗୋଲ୍ଡ କାଉନସିଲ । ଏହି ରିପୋର୍ଟ ଆଧାରରେ ଭାରତୀୟ ମହିଳାଙ୍କ ନିକଟରେ ଗହଣା ଆକାରରେ ୨୪ହଜାର ଟନ୍ ସୁନା ରହିଛି । ଏହା ବିଶ୍ୱର ସର୍ବବୃହତ ସୁନା ଭଣ୍ଡାର ବୋଲି ରିପୋର୍ଟରେ କୁହାଯାଇଛି ।

ଯଦି ଆମେ ଆଉ ଏକ ତଥ୍ୟ ଉପରେ ନଜର ପକାଇବା, ମନ୍ଦିର ତୁଳନାରେ ମହିଳାଙ୍କ ପାଖରେ ଅଧିକ ସୁନାଗହଣା ରହିଛି । ଭାରତୀୟ ମନ୍ଦିରରେ ୪ହଜାର ଟନ୍ ସୁନା ରହିଛି । କେବଳ କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ ୧୩୦୦ ଟନ୍ ସୁନା ଏବଂ ଆନ୍ଧ୍ରର ତିରୁପତି ମନ୍ଦିରରେ ୨୫୦ରୁ ୩୦୦ ଟନ୍ ସୁନା ରହିଛି ।

ଭାରତୀୟ ମହିଳାଙ୍କ ପାଖରେ ୨୪ ହଜାର ଟନ୍ ସୁନା ଗହଣା
ବିଶ୍ୱର ମୋଟ ସୁନା ଭଣ୍ଡାରର ୧୧% ଭାରତରେ
୧୯୪୭ରେ ୧୦ ଗ୍ରାମ ସୁନାଠାରୁ ମହଙ୍ଗା ଥିଲା ଦିଲ୍ଲୀ-ମୁମ୍ବାଇ ଫ୍ଲାଇଟ୍ ଟିକେଟ୍
୨୦ ବର୍ଷରେ ଏହାଠାରୁ ୧୦ଗୁଣା ମହଙ୍ଗା ହୋଇଛି ସୁନା
ଆମେରିକାରେ ସୁନା ଭଣ୍ଡାରର ଆକାର ୮ହଜାର ଟନ୍
ଜର୍ମାନୀରେ ରହିଛି ୩ହଜାର ୩୦୦ ଟନ୍ ସୁନା ଭଣ୍ଡାର
ଇଟାଲୀରେ ୨ହଜାର ୪୫୦ ଟନ୍ ଓ ଫ୍ରାନ୍ସରେ ୨ହଜାର ୪୦୦ ଟନ୍ ସୁନା
ଦେଶରେ ମୋଟ ସୁନା କିଣାରେ ଦକ୍ଷିଣ ଭାରତୀୟଙ୍କ ଭାଗ ୪୦ ପ୍ରତିଶତ
କେବଳ ତାମିଲନାଡୁରେ ରହିଛି ୨୮ ପ୍ରତିଶତ ସୁନା
ଭାରତୀୟ ମନ୍ଦିର ତୁଳନାରେ ମହିଳାଙ୍କ ପାଖରେ ରହିଛି ଅଧିକ ସୁନା ଗହଣା
ଭାରତୀୟ ମନ୍ଦିରରେ ରହିଛି ୪ହଜାର ଟନ୍ ସୁନା
କେବଳ କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ ୧୩୦୦ ଟନ୍ ସୁନା