ବହୁ ବାଦ ବିବାଦ ପରେ ଆଜି ଦିଲ୍ଲୀ ନଗର ନିଗମ ମେୟର ପଦ ପାଇଁ ଚାଲିଛି ନିର୍ବାଚନ, ବୈଠକ ଜାରୀ

91

କନକ ବ୍ୟୁରୋ : ଦିଲ୍ଲୀ ନଗରନିଗମର ମେୟର, ଉପ ମେୟର ଓ ସ୍ଥାୟୀ ସମିତିର ୬ଜଣ ସଦସ୍ୟଙ୍କ ପ୍ରତିଷ୍ଠିତ ପଦ ପାଇଁ ଆଜି ନିର୍ବାଚନ ଚାଲିଛି । ପ୍ରଥମେ ମନୋନୀତ ପାରିଷଦମାନେ ଶପଥ ଗ୍ରହେଣ କରିବା ପରେ ଏବେ ନିର୍ବାଚିତ ପାରିଷଦମାନେ ଶପଥ ନେଉଛନ୍ତି । ଗତଥର ନିର୍ବାଚନ ବେଳେ ମନୋନୀତ ପ୍ରାର୍ଥୀମାନେ ପ୍ରଥମ ଶପଥ ଗ୍ରହଣ କରିବାକୁ ନେଇ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଆମ୍ ଆଦମୀ ପାର୍ଟି ବିରୋଧ କରିଥିଲା । ଏହାପରେ ନିର୍ବାଚନ ସ୍ଥଗିତ ରହିଥିଲା ।

ନର୍ବାଚନ ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ନଗରନିଗମ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନା ଥାଉକି ଗତଥର ପରମ୍ପରାକୁ ଭାଙ୍ଗି ପ୍ରୋଟମ ସ୍ପିକଟର ସତ୍ୟା ଶର୍ମା ସର୍ବପ୍ରଥମେ ମନୋନୀତ ପାରିଷଦଙ୍କୁ ଶପଥ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ଶୁଣାଇଥିଲେ । ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିରୋଧ କରିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏହି ନିର୍ବାଚନରେ ସମସ୍ତ ୨୫୦ ନିର୍ବାଚିତ ପାରିଷଦ, ଦିଲ୍ଲୀର ୧୪ ଜଣ ବିଧାୟକ ଓ ୧୦ଜଣ ସାଂସଦ ମତଦାନ କରିବେ ।

ସେପଟେ ମେୟର ପଦ ପାଇଁ ଆମ୍ ଆଦମୀପାର୍ଟି ତରଫରୁ ଶୈଲୀ ଓବରାୟ ଓ ଉପ ମେୟର ପାଇଁ ଆଶୁ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ମେୟର ପଦ ପାଇଁ ରେଖା ଗୁପ୍ତା ଓ ଉପ ମେୟର ପଦପାଇଁ ମହମ୍ମଦ ଇକବାଲଙ୍କୁ ପ୍ରାର୍ଥୀ କରିଛି । ହେଲେ ସଂଖ୍ୟା ଗଣିତକୁ ଯଦି ହିସାବ କରାଯିବ ତେବେ ମେୟର ଓ ଉପ ମେୟର ପଦ ହାତେଇବା ପାଇଁ ଆମ୍ ଆଦମୀ ପାର୍ଟି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ।