ହନିଟ୍ରାପ ଜାଲରେ ଭାରତୀୟ ଯବାନ। ମିଛ ପ୍ରେମରେ ଫଶିଲେ, ଗିରଫ ହେଲେ। 

316

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ହନିଟ୍ରାପ ମାମଲା । ୨୫ ବର୍ଷର ଭାରତୀୟ ଯବାନଙ୍କୁ ନିଜ ମିଛ ପ୍ରେମ ଫାଶରେ ପକାଇ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଭିଡିଓ ସଂଗ୍ରହ କରୁଥିଲେ ଏହି ଦୁଇ ପାକିସ୍ତାନୀ ଯୁବତୀ । ଏମାନେ ନିଜକୁ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଦେଇଥିଲେ ପରିଚୟ । କେବଳ ସେତିକି ନୁହେଁ ଦୁଇଜଣ ସେନାରେ କାମ କରୁଥିବା ମଧ୍ୟ ଭାରତୀୟ ଯବାନଙ୍କ ନିକଟରେ ବିଶ୍ୱାସ ସୃଷ୍ଟି କରୁଥିଲେ । ଏଥିସହ ସେନା ପୋଷାକ ପିନ୍ଧି ଫଟୋ ଓ ଭିଡିଓ ପୋଷ୍ଟ ବି କରୁଥିଲେ । ସେପଟେ ସୁନ୍ଦରୀଙ୍କ ପ୍ରେମରେ ପାଗଲ ହୋଇ ଯବାନ ମଧ୍ୟ ସେମାନଙ୍କୁ ବିଶ୍ୱାସ କରିଥିଲେ ଓ ସେନାର ବହୁ ତଥ୍ୟ ସେମାନଙ୍କୁ ଦେଇଥିଲେ ।

ହନିଟ୍ରାପରେ ଫସି ସେନାର ବହୁ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟ ଲିକ କରିଥିବା ଜଣାପଡିବା ପରେ ଗିରଫ ହୋଇଛନ୍ତି ଯବାନ ଶାନ୍ତିମୟ ରାଣା । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ଦୁଇଜଣ ପାକିସ୍ତାନୀ ଝିଅ ଯବାନଙ୍କ ସହ ପ୍ରଥମେ  ବନ୍ଧୁତା ଓ ପ୍ରେମରେ ଫଶିଥିଲେ ଯବାନ ଶାନ୍ତିମୟ ରାଣା ।

ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ ହେବା ପରେ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ବାଗୁଣ୍ଡା ଜିଲ୍ଲା କାଞ୍ଜନପୁର ଗାଁରେ ଶାନ୍ତିମୟରରେ ଘର ଓ ଜୟପୁରରେ ଆରେଜେର ୟୁନିଟରେ ମୃତୟନ ଥିଲେ । ରାଜସ୍ଥାନ ପୁଲିସର ଗୁଇନ୍ଦା ବିଭାଗ ଡିଜି ଜେନେରାଲ ଉମେଶ ମିଶ୍ର କହିଛନ୍ତି ଯେ ପାକିସ୍ତାନ ଏଜେଣ୍ଟ ଗୁରୁନୁର କୌର ଓରଫ ଅଙ୍କିତା ନିଶାସକ୍ତ ଯବାନ ରାଣାଙ୍କ ସହ ସର୍ମ୍ପକ ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ଏମାନଙ୍କ ସର୍ମ୍ପକ ଆରମ୍ଭ ହୋଇଥିଲା । ପରେ ୨ଜଣ ମହିଳା ରାଣାଙ୍କ ନମ୍ବର ନେଇଥିଲେ । ଉଭୟ ଯୁବତୀ ହ୍ୱାଟସଅପରେ ରାଣାଙ୍କ ସହ ଚାର୍ଟିଂ, ଅଡିଓ ଓ ଭିଡିଓ କଲ କରିଥିଲେ । କଥା ଆରମ୍ଭ ପରେ ବେଶ ଚାଲାକିର ସହ ସେନାର ତଥ୍ୟ ମାଗିଥିଲେ ଯୁବତୀ  ଓ ଏହା ବଦଳରେ ରାଣାଙ୍କ ଆକାଉଁଟକୁ କିଛି ଟଙ୍କା ମଧ୍ୟ ପଠାଇଥିଲେ ।

ପାକିସ୍ତାନରେ ବସି ଭାରତୀୟ ଯବାନଙ୍କୁ ଫଶାଇ ସେନାର ତଥ୍ୟ ସଂଗ୍ରହ କରୁଥିବା ଏହି ଦୁଇ ଯୁବତୀ ନିଜକୁ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ପରିଚୟ ଦେଇଥିଲେ । ଜଣେ ନିଜକୁ ମିଲିଟାରୀ ଇଞ୍ଜିନିୟର ଭାବେ କାମ କରୁଥିବା କହିଥିଲେ ଓ ଅନ୍ୟ ଜଣେ ନିଜକୁ ନିଶା ବୋଲି ପରିଚୟ ଦେଇ ମିଲିଟାରୀ ନର୍ସିଂରେର ନର୍ସ ଭାବେ ପରିଚୟ ଦେଇଥିଲେ । ସନ୍ଦେହ ଘେରରେ ଯବାନ ଆସିବା ପରେ ରାଜସ୍ଥାନ ମିଲିଟାରୀ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଯବାନଙ୍କୁ ଜେରା ସମୟରେ ଏଭଳି ଅନେକ ତଥ୍ୟର ଖୁଲ୍ଲାସା ହୋଇଛି । ଜୁଲାଇ ୨୫ରେ ଯବାନ ଶାନ୍ତିମୟ ରାଣାକୁ ଗିରଫ କରାଯାଇଛି ।