ମିଳିତ ଜାତିସଂଘ ମହାସଭାରେ ଋଷକୁ ଝଟକା: ଋଷର ଅପିଲ ବିରୋଧରେ ଭାରତର ଭୋଟ

204

କନକ ବ୍ୟୁରୋ: ସୋମବାର ରୁଷର ମିଶାଇଲ, ବୋମା ମାଡରେ ୟୁକ୍ରେନର ଯାହା ଘଟିଛି ତାର ସାକ୍ଷୀ ରହିଛି ସାରା ବିଶ୍ୱ କିଭଳି ପ୍ରତି ମୁହୁର୍ତରେ ୟୁକ୍ରେନର ରାଜଧାନୀ କିଭ ସହ ୧୭ଟି ସହରର ଛାତି ଉପରେ ଆକ୍ରମଣ କରୁଥିଲା କ୍ରେମଲିନ? କିଭଳି ନୀରିହ ଜନତାଙ୍କ ଉପରେ ଆସି ମାଡ ହେଉଥିଲା ବୋମା, ଓ ମିସାଇଲ? ତାକୁ ଦେଖିଛି ପୂରା ଦୁନିଆ । ଏହି ଘଟଣାକୁ ନେଇ ସାରା ବିଶ୍ୱ ରୁଷକୁ ନିନ୍ଦା କରାଯିବା ସହ କିଛି ସହଯୋଗୀ ରାଷ୍ଟ୍ର ମଧ୍ୟ ଆପତି ପ୍ରକାଶ କରିଛନ୍ତି ।

ମିଳିତ ଜାତିସଂଘ ମହାସଭାରେ ରୁଷ ବିରୋଧରେ ପ୍ରଥମ ଥର ପାଇଁ ଭୋଟ ଦେଇଛି ଭାରତ । ଗତ ସପ୍ତାହରେ ଜନମତ ସଂଗ୍ରହ କରିବା ପରେ ୟୁକ୍ରେନର ୪ଟି ଅଂଚଳକୁ ବିଦ୍ଧିବଧ ଭାବରେ ରୁଷ ସହ ମିଶାଇବାକୁ ଘୋଷଣା କରିଥିଲେ ରାଷ୍ଟ୍ରପତି ପୁଟିନ । ଏହାକୁ ବିରୋଧ କରି ୟୁଏନ ମହାସଭାରେ ହୋଇଥିଲା ଭୋଟିଂ । ୧୦୭ ଦେଶ ସହ ଭାରତ ମଧ୍ୟ ରୁଷ ବିରୋଧରେ ଭୋଟ ଦେଇଛି । ରୁଷ ଏଥିପାଇଁ ଗୁପ୍ତ ଭୋଟିଂ ଦାବି କରିଥିଲା । ତେବେ ଭାରତ ଏହାକୁ ବିରୋଧ କରି ସାର୍ବଜନୀନ ଭୋଟ ସପକ୍ଷରେ ଭୋଟ ଦେଇଛି ।

ପ୍ରଥମ ଦିନରୁ ହିଁ ରୁଷର ଯୁଦ୍ଧକୁ ବିରୋଧ କରି ଆସୁଛି ଆମେରିକା । ଏଭଳିକି ରୁଷ ଓ ଏହାର ଅଧିକାରୀଙ୍କ ଉପରେ କଡ଼ା କଟକଣା ଲଗାଇବା ସହ ୟୁକ୍ରେନକୁ ନାଟୋ ସଦସ୍ୟତା ଦେବା ପାଇଁ ଜୋରଦାର ପ୍ରୟାସ କରୁଛି । ରୁଷ ଆକ୍ରମଣ କରିଛି ଏହାକୁ ସହଜରେ ଗ୍ରହଣ କରି ପାରିନି ଆମେରିକା ଓ ଏହାକୁ ଏକ ବର୍ବରତା କାଣ୍ଡ ଓ ଯୁଦ୍ଧ ଅପରାଧର ନାଁ ଦେଇଛି । ୟୁକ୍ରେନକୁ ସବୁ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି । ମଙ୍ଗଳବାର ୟୁକ୍ରେନ ରାଷ୍ଟପତି ଭୋଲଡମୀର ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

କିନ୍ତୁ ରୁଷକୁ ସମର୍ଥନ ଜଣାଇଛି ବେଲାରୁଷ ଓ କହିଛି ଆଗକୁ ଯଦି ଆବଶ୍ୟକ ପଡେ ତେବେ ବେଲାରୁଷରେ କ୍ରେମଲିନ ତିଆରି କରିବ ନିଜର ନୂଆ ଯୁଦ୍ଧ ବେସ୍ । ସେପଟେ ନାଟୋ କହିଛି ପ୍ରତି ସମୟରେ ୟୁକ୍ରେନ ଦେବ ସବୁ ପ୍ରକାର ସହଯୋଗ । ଏହା ଭିତରେ ୟୁରୋପରେ ଯୁଦ୍ଧ ଆହୁରି ତିବ୍ର ହେବା ନେଇ ଆଶଙ୍କା ବୃଦ୍ଧି ପାଉଛି । ସୋମବାର ୟୁକ୍ରେନ ଉପରେ ରକ୍ତମୁଖା ହୋଇ ରୁଷ ଯେଉଁ ଭୟଙ୍କର ଆକ୍ରମଣ କରିଛି ସେଥିରେ ଏବେ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ମଧ୍ୟ ରହିଛି ।