ଦେବାଳିଆ ଆଡକୁ ଗତି କରୁଛି ପଡୋଶୀ ଶ୍ରୀଲଙ୍କା: ସାହାଯ୍ୟର ହାତ ବଢାଇଲା ଭାରତ

406

କନକ ବ୍ୟୁରୋ: ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ମଧ୍ୟରେ ଶ୍ରୀଲଙ୍କାକୁ ସହାଯ୍ୟର ହାତ ବଢାଇଛି ଭାରତ । ଆଉ ୯୦ କୋଟି ଟଙ୍କା ଋଣ ଦେବାକୁ ଘୋଷଣା କରିଛି ଭାରତ । ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ର ଓ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଡେପ୍ୟୁଟି ଗଭର୍ନର ଡବ୍ଲୁଏ ବିଜେବର୍ଦ୍ଦନ ଭାରତର ଏହି ସାହାଯ୍ୟ ପାଇଁ ଅନେକ ପ୍ରଶଂସା କରିଛନ୍ତି ।

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବା ଯୋଗୁଁ ଏଭଳି ଦେବାଳିଆ ସ୍ଥିତି ଉପୁଜିଛି । ଫଳରେ ଜୁରୁରୀ ବସ୍ତୁର ଆବଶ୍ୟକତା ପଡିଛି । ଦେଶରେ ସବୁ ସାମଗ୍ରୀର ଦର ମହଙ୍ଗା ହୋଇଛି । ତେଣୁ ସେଠାରେ ଲୋକମାନେ ଅନେକ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି । ଏହାକୁ ନଜରରେ ରଖି ପୋଡୋଶୀକୁ ସାହାଯ୍ୟର ହାତ ବଢାଇଛି ଭାରତ ।

ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତ ଗୋପାଲ ବାଗଲେ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ନର ଅଜିତ ନିବାର୍ଡ କାବରାଲଙ୍କୁ ସାକ୍ଷାତ କରିଛନ୍ତି । ଆଉ ତାଙ୍କୁ ଆର୍ଥିକ ଭାବେ ସମର୍ଥନ କରିବାକୁ କହିଛନ୍ତି । ଆଉ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ଏକ ଟ୍ୱିଟ କରି ଏନେଇ ସୂଚନା ଦିଆଯାଇଛି ।