ଚିନ୍ତା ବଢାଉଛି ଦିଲ୍ଲୀ ଓ ମହାରାଷ୍ଟ୍ର । ମୁମ୍ବାଇରେ ଗୋଟିଏ ଦିନରେ ୬ହଜାରରୁ ଅଧିକ କରୋନା ପଜିଟିଭ 

81

କନକ ବ୍ୟୁରୋ : ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି । ଦ୍ରୁତ ଗତିରେ ମାଡୁଛି ଚାଲିଛି କରୋନା । ମୁମ୍ବାଇରେ ସ୍ଥିତି ଉଦ୍ବେଗଜନକ ହୋଇଛି । ଗତକାଲି ଗୋଟିଏ ଦିନରେ ମୁମ୍ବାଇରେ ୬ ହଜାର ୩୪୭ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ମୁମ୍ବାଇରେ ମାମଲା ୧୨ ପ୍ରତିଶତ ବୃଦ୍ଧି ପାଇଛି । ବଡ଼ କଥା ହେଉଛି ୫ ହଜାର ୭୧୨ ନୂଆ ମାମଲାରେ କୌଣସି ଲକ୍ଷଣ ନାହିଁ । ମୁମ୍ବାଇରେ ୫୫ ପ୍ରତିଶତ ନମୁନାରେ ଓମିକ୍ରନ୍ ଭାରିଆଂଟ ଓ ୩୨ ପ୍ରତିଶତ ଡେଲ୍ଟା ଭାରିଆଂଟ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି ।

ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଗମ୍ଭୀର ହେଲାଣି । ୨୪ ଘଂଟାରେ ଦିଲ୍ଲୀରେ ୩ ହଜାର ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଦିଲ୍ଲୀରେ ସଂକ୍ରମଣ ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି । ମେ’ ମାସ ପରେ ଏହା ଦିଲ୍ଲୀରେ ସର୍ବାଧିକ ଦୈନିକ ସଂକ୍ରମଣ  । ଦିଲ୍ଲୀରେ ଏବେ ପଜିଟିଭ୍ ହାର ୩.୬୪ ପ୍ରତିଶତ ରହିଛି ।