କାଲିଠୁ ସାରା ଦେଶରୁ କିଶୋରଙ୍କୁ ଦିଆଯିବ ଟିକା । ବର୍ତମାନ ସୁଦ୍ଧା ପଞ୍ଜୀକରଣ କଲେଣି ୩ଲକ୍ଷ ୧୫ହଜାରରୁ ଅଧିକ ପିଲା

97

କନକ ବ୍ୟୁରୋ : କାଲିଠୁ ସାରା ଦେଶରୁ କିଶୋରଙ୍କୁ ଦିଆଯିବ ଟିକା । ଦିନକରେ ୩ଲକ୍ଷ ୧୫ହଜାର ୪୧୬ଜଣ ପିଲା ଟିକା ନେବା ପାଇଁ ପଂଜିକରଣ କରିଛନ୍ତି । ୧୦କୋଟି ପିଲାଙ୍କୁ ଟିକାକରଣ ଦିଆଯିବାକୁ ଲକ୍ଷ୍ୟ କରାଯାଇଛି । ଦେଶର ସୁରକ୍ଷା ଓ ପିଲାଙ୍କ ସୁରକ୍ଷା ପାଇଁ ପଂଜିକରଣ କରି ଟିକା ନେବାକୁ ଅଭିଭାବକଙ୍କ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । କିଶୋରଙ୍କୁ ଟିକାକରଣ ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ୧୫ରୁ ୧୮ ବର୍ଷ ବୟସ୍କ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ନେଇପାରିବେ । କୋ ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିପାରିବେ ।
ଏହା ଛଡା ‘ଅନ୍ ଦ ସ୍ପଟ୍’ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେ ନାହିଁ ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଂଚି ସ୍କୁଲ ଓ କଲେଜର ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । କିଶୋରଙ୍କୁ ଟିକା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ମଧ୍ୟ ଟିକାକରଣ କେନ୍ଦ୍ର କରାଯାଇପାରେ । ରାଜଧାନୀରେ ଲକ୍ଷେ କିଶୋର କରୋନାର ଟିକା ନେବେ । ଏଥିପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ୩୫ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।