ବକ୍ସ ଅଫିସରେ ରେକର୍ଡ ଉପରେ ରେକର୍ଡ କରୁଛି ସାଉଥ ଫିଲ୍ମ ପୁଷ୍ପା । ତୃତୀୟ ସପ୍ତାହରେ ବି ଜାରି ରହିଛି ବ୍ୟବସାୟ

555

କନକ ବ୍ୟୁରୋ : ବକ୍ସ ଅଫିସରେ ରେକର୍ଡ ଉପରେ ରେକର୍ଡ କରୁଛି ସାଉଥ ଫିଲ୍ମ ପୁଷ୍ପା । ଫିଲ୍ମର ହିନ୍ଦୀ ଭର୍ସନ ତୃତୀୟ ସପ୍ତାହରେ ବି ଜବରଦସ୍ତ ପ୍ରଦର୍ଶନ କରୁଛି । ଟ୍ରେଡ୍ ଆନାଲିଟିକ୍ସ ତରଣ ଆଦର୍ଶ ସୂଚନା ଅନୁସାରେ ଚଳଚ୍ଚିତ୍ର ପୁଷ୍ପା ତୃତୀୟ ସପ୍ତାହ ସୁଦ୍ଧା ୫୦ କୋଟି ରୋଜଗାର କରିଛି ।
ତେବେ ସାଉଥ ଇଣ୍ଡଷ୍ଟ୍ରୀରେ ଏହି ସିନେମାଟି ପାଖାପାଖି ୨ଶହ କୋଟି ରୋଜଗାର କରିଥିବା ଜଣାପଡିଛି । ସିନେମାର ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଚନ୍ଦନ କାଠ ସ୍ମଗ୍ଲିଂ ଉପରେ ଆଧାରିତ ହୋଇଛି । ଫିଲ୍ମରେ ନାୟିକା ଭାବେ ରସ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମଟି ଆଗକୁ ଆହୁରି ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି ।