ଚିଲିକା ରାସ୍ତା କଡରେ ଶହଶହ ପକ୍ଷୀଙ୍କ ମୃତଦେହ । ବିଷ ଦେଇ ପକ୍ଷୀ ଶିକାର ହେଉଥିବା ଅଭିଯୋଗ

106

କନକ ବ୍ୟୁରୋ: ଚିଲିକାରେ ଚାଲିଛି ଅବାଧ ବିଦେଶୀ ପକ୍ଷୀ ଶିକାର । ଟାଙ୍ଗି ବନ୍ୟପ୍ରାଣୀ ରେଂଜରେ ବ୍ୟାପକ ପକ୍ଷୀ ଶିକାର ହେଉଥିବା ଅଭିଯୋଗ ହୋଇଛି । ବନ୍ୟପ୍ରାଣୀ ବିଭାଗ ନାମକୁ ମାତ୍ର ପାଟ୍ରୋଲିଂ କରି କାମ ସାରିଦେଉଥିବା ଅଭିଯୋଗ ହୋଇଛି । ତେବେ ରାସ୍ତାକଡ଼ରେ ଶହ ଶହ ମୃତ ବିଦେଶୀ ପକ୍ଷୀ ପଡ଼ିଥିବା ଦେଖିବାକୁ ମିଳିଛି । ୧୬ନମ୍ବର ଜାତୀୟ ରାଜପଥ ରତାମାଟି ଛକ ନିକଟରେ ଚାଷ ଜମିରେ ପଡ଼ି ରହିଛି ଶହେରୁ ଅଧିକ ମୃତ ପକ୍ଷୀ । ଶିକାରୀ ବିଷ ଦେଇ ଶିକାର କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ଲୋକେ ଚଲିକା ପକ୍ଷୀ ମାଂସ ପ୍ରତି ଆଗ୍ରହ ଦେଖାଉଥିବା କୁହାଯାଉଛି । ପକ୍ଷୀ ମାଂସ ୪ଶହରୁ ୫ଶହ ଟଙ୍କାରେ ବିକ୍ରି ହେଉଛି । ଫଳରେ ଶିକାରୀ ଲୋଭରେ ପକ୍ଷୀ ମାଂସ ଚାଲଣ କରୁଛନ୍ତି । ଏଭଳି ଚାଲାଣକାରୀଙ୍କୁ ସାବାଡ଼ କରିବାରେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ଅକ୍ଷମ ହୋଇଥିବା ଅଭିଯୋଗ ହୋଇଛି ।