୨୯ ବର୍ଷ ପରେ ସ୍ୱାମୀଙ୍କୁ ଜେଲ ପଠାଇଲା ଅଦାଲତ, ଅତ୍ୟାଚର ସହି ନପାରି ଝିଅ ଓ ପତ୍ନୀ କରିଥିଲେ ଆତ୍ମହତ୍ୟା

129

କନକ ବ୍ୟୁରୋ : ସ୍ୱାମୀର ଅତ୍ୟାଚାର ସହି ନପାରି ପ୍ରାୟ ୨୯ ବର୍ଷ ତଳେ ସ୍ତ୍ରୀ ଓ ଝିଅ ଆତ୍ମହତ୍ୟା କରିଥିଲେ । ହେଲେ ଏନେଇ ବମ୍ବେ ହାଇକୋର୍ଟରେ ମାମଲା ଚାଲିବାର ୨୯ ବର୍ଷ ପରେ ଏବେ ଅଦାଲତ ଦୋଷୀ ସ୍ୱାମୀଙ୍କୁ ଜେଲ ପଠାଇଛି । କହିରଖୁ କି ମୃତ ସ୍ତ୍ରୀ ଲୋକର ଭାଇ ଅଭିଯୋଗ ଆଣିଥିଲେ କି ଭିଣୋଇ ରାମଦାସ ଢୋଣ୍ଟୁ କଲାତକର ଓ ଭାରତୀ ନାମକ ଜଣେ ମହିଳା ମିଶି ତାଙ୍କ ଭଉଣୀ ଓ ଭାଣିଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିଲେ । ଏହି ମାମଲାର ଶୁଣାଣି କରି ପୁଣେ କ୍ଷେତ୍ର ଅଦାଲତ ଉଭୟଙ୍କୁ ଦୋଷୀଭାବେ ଗ୍ରହଣ କରି କଲାତକରଙ୍କୁ ୩ ବର୍ଷ ଓ ଭାରତୀଙ୍କୁ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।

କହିରଖୁ କି ମୃତ ମହିଳା ଜାନବାଇଙ୍କର ବାହାଘର ରାମଦାଶ ଢୋଣ୍ଡୁ କଲାତକାରଙ୍କ ସହ ହୋଇଥିଲା । ବାହାଘର ପରେ ସେମାନଙ୍କର ଏକ ଝିଅ ବି ଜନ୍ମ ହୋଇଥିଲା । ହେଲେ ପ୍ରଥମ ଝିଅଟିର ମୃତ୍ୟୁ ହୋଇଯାଇଥିଲା । ଦ୍ୱତୀୟ କନ୍ୟା ଜନ୍ମପରେ ଜାନବାଇଙ୍କ ବାପଘର ଲୋକ କିଛିଦିନ ପାଇଁ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ଏହାପରେ ଜାନବାଇ ଯେତେବେଳେ ତାଙ୍କ ଶଶୁରଘରକୁ ଫେରିଲେ ସେ ଦେଖିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଭାରତୀ ନାମକ ଜଣେ ମହିଳା ସହ ରହୁଛନ୍ତି । ଜାନବାଇ ଶଶୁରଘରେ କିଛିଦିନ ରହିବା ପରେ ସ୍ୱାମୀର ଏଭଳି କାର୍ଯ୍ୟକଳାପ ନେଇ ନିଜର ବାପା ମାଙ୍କୁ ଜଣାଇଥିଲେ । ସେ ନିଜ ବାପଘର ଲୋକଙ୍କ ପାଖରେ ଅଭିଯୋଗ କରିଥିଲେ କି ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ତାଙ୍କୁ ନିର୍ଜାତନା ଦେଉଛନ୍ତି ।

ଏହାପରେ ୧୯୯୨ ମସିହା ଅକ୍ଟୋବର ୯ ତାରିଖରେ ଜାନବାଇ ତାଙ୍କ ଶିଶୁକନ୍ୟାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି ସୂଚନା ପାଇବା ପରେ ଜାନବାଇଙ୍କ ଭାଇ ତାଙ୍କ ଭିଣୋଇ ଓ ତାଙ୍କ ପରିବାର ଲୋକଙ୍କ ସମେତ ଭାରତୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ କୋର୍ଟରେ ଚାଲିଥିବା ବେଳେ କଲାତକାରଙ୍କ ମାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ କୋର୍ଟ ବାକି ୬ ଜଣଙ୍କର ବୟାନ ରେକର୍ଡ କରିଥିଲେ । ପୁନେ ସେସନ କୋର୍ଟ ସାକ୍ଷୀମାନଙ୍କର ବୟାନ ଓ ପ୍ରମାଣ ଆଧାରରେ କଲାତକାର ଓ ଭାରତୀଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।