ଆଇଏଏସ ସ୍ତରରେ ଅଦଳବଦଳ । ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ନୂଆ ଦାୟିତ୍ୱ, ବିଷ୍ଣୁ ପଦଙ୍କୁ ଶକ୍ତି ସଚିବ ଭାବେ ମିଳିଲା ଗୁରୁ ଦାୟିତ୍ୱ । 

1,706

କନକ ବ୍ୟୁରୋ : ଆଇଏଏସ ସ୍ତରରେ ଅଦଳବଦଳ । ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ମୋନା ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ସଚିବ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।

ସୌରଭ ଗର୍ଗଙ୍କୁ ଗ୍ରିଡକୋ ଓ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିଭଳି ହେମନ୍ତ ଶର୍ମାଙ୍କୁ ଶିଳ୍ୱ ବିଭାଗର ସଚିବ ସହ ଏମଏସଏମଇ ଓ ଇପିକଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ସହ ଓଏଚପିଏସର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଚିତ୍ରା ଅରୁମଗମଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ନୂଆ ଦାୟିତ୍ୱ ମିଳଛି । ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି ।