ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପିରେ ଯୋଗଦେବା ନେଇ ଉଠୁଥିବା ଗୁଜବର ଜବାବ ଦେଲେ ଆଜାଦ୍ । କହିଲେ ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି

638

କନକ ବ୍ୟୁରୋ : ରାଜ୍ୟସଭା ସଂସଦରେ କଂଗ୍ରେସର ବରିଷ୍ଠ ନେତା ଗୋଲାବ ନବୀ ଆଜାଦଙ୍କ କାର୍ଯ୍ୟକାଳ ସରିବା ଦିନ ପ୍ରଧାନମନ୍ତ୍ରୀ ମୋଦି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ତାଙ୍କର ଏଭଳି ଭାବପ୍ରବଣାତା ଦେଖି ଦେଶର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଆଶଙ୍କା କରୁଛନ୍ତି କି ଆଜାଦ ଏବେ ବିଜେପିରେ ଯୋଗ ଦେଇ ପାରନ୍ତି । ଏନେଇ ଆଲୋଚନା ହେବା ସହ ବିଭିନ୍ନ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି । ହେଲେ ଏହାର ଜବାବ୍ ରଖିଛନ୍ତି ଗୁଲାମ ନବୀ ଆଜାଦ୍ । ସେ କହିଛନ୍ତି କି ବିଜେପିରେ ଯୋଗ ଦେବା ନେଇ ଚାଲିିଥିବା ଗୁଜବ ସମ୍ପୁର୍ଣ୍ଣ କାଳ୍ପନିକ । ଯେବେ କାଶ୍ମୀରରେ କଳା ବରଫ ପଡିବ ସେବେ ଯାଇ ମୁଁ ବିଜେପିରେ ଯୋଗ ଦେବା କଥା ଚିନ୍ତା କରିବି ।

ସୂଚନା ଥାଉକି ୪୧ ବର୍ଷ ତଳେ ରାଜନୈତୀକ ଜୀବନ ଆରମ୍ଭ କରିଥିବା ଆଜାଦ ଅନେକ ସମୟରେ କଂଗ୍ରେସ ଦଳରେ ରହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ଏହା ସହ ସେ ଜଣେ ଶାନ୍ତ, ଭଦ୍ର ଓ ଶାଳୀନତା ରକ୍ଷା କରୁଥିବା ନେତା ଭାବେ ବେସ୍ ପରିଚିତ । ତାଙ୍କର ଏଭଳି ଗୁଣ ପାଇଁ ସବୁ ରାଜନୈତୀକ ଦଳର ନେତାମାନେ ତାଙ୍କୁ ସମ୍ମାନ କରିଥାନ୍ତି । ଚଳିତ ମାସ ୮ ତାରିଖରେ ସେ ରାଜ୍ୟସଭା ସଦସ୍ୟ ଭାବେ ରାଜ୍ୟସଭାରେ ତାଙ୍କର ଶେଷ ଦିନ କାଟିଛନ୍ତି । ସେହି ଶେଷ ଦିନରେ ତାଙ୍କୁ ରାଜ୍ୟସଭାରୁ ବିଦାୟ ଦେବା ବେଳେ ପ୍ରଧାନମନ୍ତ୍ରୀ ଭାବ ପ୍ରବଣ ହୋଇପଡିଥିଲେ । ମୋଦୀ ତାଙ୍କୁ ହୃଦୟ ଭିତରୁ ସମ୍ମାନ ଜଣାଇ ତାଙ୍କର ଗୁଣଗାନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଗଣମାଧ୍ୟମ ପ୍ରଚାର କରିଥିଲେ କି ଗୁଲାମ ନବୀ ଆଜାଦ ବିଜେପିରେ ଯୋଗ ଦେଇପାରନ୍ତି ।