ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋର: ମୁମ୍ବାଇ ବିପକ୍ଷରେ ୨୭୭ ରନର ବିଶାଳ ସ୍କୋର କଲା ହାଇଦ୍ରାବାଦ

424

କନକ ବ୍ୟୁରୋ: ଆଜି ମୁମ୍ବାଇ-ହାଇଦ୍ରାବାଦ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ମୁମ୍ବାଇ ବୋଲରଙ୍କୁ ବିସ୍ଫୋରକ ମାଡ ମାରିଛନ୍ତି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ଫଳରେ ହାଇଦ୍ରାବାଦ ୨୭୭ ରନର ବିଶାଳ ସ୍କୋର କରିପାରିଛି । ଯାହା ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋର ।

ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ଓ ଟ୍ରାବିସ ହେଡ୍ ଓପନିଂ ଆରମ୍ଭ କରିଥିଲେ । ଆରମ୍ଭରୁ ହେଡ୍ ବିସ୍ଫୋରକ ଖେଳିଥିଲେ । ଏହି ମ୍ୟାଚରେ ହେନରିଚ କ୍ଲାସେନ ୮୦, ଅଭିଷେକ ଶର୍ମା ୬୩, ଟ୍ରାବିସ ହେଡ୍ ୬୨ ଓ ଏଡେନ ମାରକ୍ରାମ ୪୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୨୭୭ ରନ କରିଥିଲା । ଏବେ ମୁମ୍ବାଇ ଆଗରେ ୨୭୮ ରନର ବିଶାଳ ଟାର୍ଗେଟ ରହିଛି ।