ଓଡିଶାର ବଡ ଆମ୍ବ ବଜାର : ତିନି ରାଜ୍ୟକୁ ଏକାଠି ଯୋଡୁଛି ଆମ୍ବ ବଜାର

3,801

କନକ ବ୍ୟୁରୋ : ଆଉ ଦିନ ପରେ ସାବିତ୍ରୀ ଓଷା । ଏଥିପାଇଁ ଚଳଚଂଚଳ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନୀଳକଣ୍ଠେଶ୍ୱର ଆମ୍ବବଜାର । ସାବିତ୍ରୀ ପାଇଁ ଆମ୍ବର ଚାହିଦା ଅଧିକ ରହିଛି । ପ୍ରତିଦିନ ଶହ ଶହ ଟନ୍ ଆମ୍ବ ପଡୋଶୀ ଆନ୍ଧ୍ରପଦେଶରୁ ଏଠାକୁ ଆସୁଛି । ସବୁଠୁ ବଡ଼ କଥା ହେଉଛି ଏହି ଆମ୍ବ ବଜାର ତିନି ରାଜ୍ୟକୁ ଏକାଠି ଯୋଡୁଛି । ଆନ୍ଧ୍ରରୁ ଆମ୍ବ ଓଡ଼ିଶା ଆସୁଥିବା ବେଳେ ଏଠାରେ ପଶ୍ଚିମବଙ୍ଗ ଯାଉଛି ଆମ୍ବ ।

ନୀଳକଣ୍ଠେଶ୍ୱର ବଜାରରୁ କଟକ, ଭୁବନେଶ୍ୱର, ବଲାଙ୍ଗୀର, ସମ୍ବଲପୁର, ସମେତ ପଶ୍ଚିମବଙ୍ଗକୁ ଆମ୍ବ ପଠାଯାଉଛି । ପ୍ରତିଦିନ ଏଠାକୁ ଟ୍ରକ ଟ୍ରକ ଆମ୍ବ ଆସେ । ଏଠାରୁ ଆମ୍ବ ଗୁଡିକୁ ପେଟିରେ ଭର୍ତି କରି ଅନ୍ୟ ସ୍ଥାନକୁ ରପ୍ତାନୀ କରାଯାଏ । ଏଥିପାଇଁ ଶହ ଶହ ଶ୍ରମିକ ମଧ୍ୟ କାମରେ ଲାଗିଥାନ୍ତି । ତେବେ ଚାହିଦା ଅପେକ୍ଷା ଆମ୍ବ ଆମଦାନୀ ବୃଦ୍ଧି ପାଇଥିବାରୁୁ ଏବେ ଦର ପୂର୍ବଅପେକ୍ଷା କମ ରହିଛି । ଏଠାରେ ପ୍ରାୟ ୧୦ ପ୍ରକାରର ଆମ୍ବ ଊପଲବ୍ଧ ଅଛି ।