ଶୀଘ୍ର ଧନୀ ହେବାକୁ ୯ ବର୍ଷର ପୁଅକୁ ହତ୍ୟା । ଅଭିଯୁକ୍ତ ମଧ୍ୟ ନାବାଳକ

782

କନକ ବ୍ୟୁରୋ: ହରିୟାଣା ସୋନିପଥରେ ଘଟିଛି ଲୋମଟାଙ୍କୁରା ଘଟଣା । ଶୀଘ୍ର ଧନୀ ହେବାକୁ ୯ ବର୍ଷର ପୁଅକୁ ଅପହରଣ କରିନେଇ ହତ୍ୟା କରିଛି ନାବାଳକ । ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା କରିଥିଲା । ଏଥିରେ ଅଭିଯୁକ୍ତ ଯାହା କହିଥିଲା ସେଥିରେ ପୁଲିସର ଆଶ୍ଚର୍ଯ୍ୟର ସୀମା ରହିନଥିଲା ।

କୁନି ପୁଅକୁ ଯିଏ ହତ୍ୟା କରିଛି ତାର ବୟସ ବି କିଛି ବେଶି ନୁହେଁ । ଅଭିଯୁକ୍ତକୁ ମାତ୍ର ୧୫ ବର୍ଷ । ଅଭିଯୁକ୍ତର କହିବା ମୁତବକ, ତା’ ଘରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ । ତେଣୁ ସେ ଶୀଘ୍ର ଧନୀ ହେବାକୁ ଚାହୁଁଥିଲା ଏବଂ ଟଙ୍କା ପାଇବାକୁ ୯ ବର୍ଷର ପୁଅକୁ ଅପହରଣ କରିନେଇଥିଲା ଏବଂ ତା’ର ପରିବାରକୁ ଫୋନରେ ୬ ଲକ୍ଷ ଟଙ୍କା ମାଗିଥିଲା । ବହାଲଗଡ ଥାନା ଅନ୍ତର୍ଗତ ଟିଡିଆଇ ଏସପିନିଆର ବେସମେଣ୍ଟରେ ଥିବା ଏକ ପାଣିଟାଙ୍କିରୁ ଲହୁଲୁହାଣ ଅବସ୍ଥାରେ ୯ ବର୍ଷର ପୁଅର ମୃତଦେହ ମିଳିବା ପରେ ଏହା ଅର୍ଚ୍ଚିତର ବୋଲି ଚିହ୍ନଟ ହୋଇଥିଲା ।

ଏହାପରେ ଆଖପାଖର ସବୁ ସିସିଟିଭିକୁ ଚେକ୍ କରିଥିଲା ପୁଲିସ ଏବଂ ଏଥିରେ ଜଣେ ନାବାଳକ ସହ ଅର୍ଚ୍ଚିତ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୁଲିସ ନାବାଳକକୁ ଖୋଜି ଜେରା କରିବା ପରେ ପୁରା ଘଟଣା ସାମନାକୁ ଆସିଛି ।