ଅଗଷ୍ଟ ଗାଇଡ଼ଲାଇନରେ ଯାତ୍ରାକୁ ଅନୁମତି ଦେଲେ ସରକାର । ହେଲେ ସାରା ରାଜ୍ୟରେ ରାତି ୮ରୁ ସକାଳ ୬ ନାଇଟ କର୍ଫ୍ୟୁ, କେମିତି ହେବ ଯାତ୍ରା ପରିବେଷଣ ପ୍ରଶ୍ନ କଲେ ଯାତ୍ରା କଳାକାର

259

କନକ ବ୍ୟୁରୋ : ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ସରକାର । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା । ଏଥର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ମିଳିଛି । ପୁଣି ଯାତ୍ରା ପ୍ୟାଣ୍ଡେଲରେ ଜଳିବ ଆଲୁଅ । କଳାକାରମାନେ ମେକଅପ୍ ନେଇ ପୁଣି ଯାତ୍ରା ପରିବେଷଣ କରିବେ । କଟକଣା ମଧ୍ୟରେ ଯାତ୍ରା କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ କଳାକାର । କଳାକାରଙ୍କ ଦାବି ପରେ ଯାତ୍ରା କରିବାକୁ ଅନୁମତି ମିଳିଛି । ଏବେ କଳାକାର ଖୁସ୍, ଦର୍ଶକମାନେ ମଧ୍ୟ ଖୁସି ଅଛନ୍ତି । ହେଲେ ଯାତ୍ରା କରିବା ପାଇଁ ଅନୁମତି ଦେବାରେ ସରକାରଙ୍କ ଦୁରଦୃଷ୍ଟିର ଅଭାବ ଦେଖିବାକୁ ମିଳିଛି । କାରଣ ନୂଆ ଗାଇଡଲାଇନରେ ସାରା ରାଜ୍ୟରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ପ୍ରଶ୍ନ, ନାଇଟ୍ କର୍ଫ୍ୟୁ ମଧ୍ୟରେ କିପରି ହେବ ଯାତ୍ରା? କଳାକାର ଯାତ୍ରା କରିବେ କିପରି ? ନାଇଟ୍ କର୍ଫ୍ୟୁରେ ଯାତ୍ରା ଦେଖିବାକୁ ଦର୍ଶକ ଆସିବେ କିପରି ? କ’ଣ ରାତି ୮ଟା ପୂର୍ବରୁ ଯାତ୍ରା ହୋଇପାରିବ କି ? ୮ଟା ପୂର୍ବରୁ ଯାତ୍ରା ହେଲେ ଦର୍ଶକ ଆସିବେ ତ ?
ଏହି ପ୍ରଶ୍ନ ଆମେ କରୁନୁ, ଏହି ପ୍ରଶ୍ନ ଅନେକ ଯାତ୍ରା କଳାକାର ସରକାରଙ୍କୁ ପଚାରୁଛନ୍ତି । ଯଦି ନାଇଟ୍ କର୍ଫ୍ୟୁ ସମୟରେ ଲୋକେ ଘରୁ ବାହାରି ପାରିବେନି, ତାହେଲେ… ବିନା ଦର୍ଶକରେ ଯାତ୍ରା ଚାଲିବ କିପରି । ସରକାର ଏନେଇ ଉତ୍ତର ରଖିବାକୁ ଯାତ୍ରା କଳାକାର ପ୍ରଶ୍ନ କରିଛନ୍ତି