ଆପଣଙ୍କ ହ୍ୱାଟ୍ସଆପ, ଫେସବୁକ, ଜିମେଲ୍ ଅନ୍ୟ କେହି ବ୍ୟବହାର କରୁଛନ୍ତି କି? କେମିତି ଜାଣିବେ…

279

କନକ ବ୍ୟୁରୋ: ଫେସବୁକ, ହ୍ୱାଟ୍ସଆପ ଆଉ ଜିମେଲ । ଏହି ୩ ଆପକୁ ଆମ ଦେଶରେ ଅଧିକ ଲୋକ ବ୍ୟବହାର କରିଥାନ୍ତି । ଏହି ଆକାଉଣ୍ଟ ଆପଣଙ୍କର ଅତି ବ୍ୟକ୍ତିଗତ ମଧ୍ୟ ହୋଇଥାଏ । ଏଥିରେ ଆମର କିଛି ବ୍ୟକ୍ତିଗତ ତଥ୍ୟ ସହ କିଛି ଜରୁରୀ ଡୁକ୍ୟମେଣ୍ଟ ମଧ୍ୟ ରହିଥାଏ । ତେଣୁ ଏମିତି ପରିସ୍ଥିତିରେ ଯଦି ଆମ ଆକାଉଣ୍ଟ ଆଉ କେହି ବ୍ୟବହାର କରନ୍ତି ତେବେ ଆମେ ବିପଦରେ ପଡିପାରୁ । ତେବେ ଆମେ କେମିତି ଜାଣିବା ଆମ ଫେସବୁକ, ହ୍ୱାଟ୍ସଆପ ଆଉ ଜିମେଲକୁ ଆଉ କେହି ବ୍ୟବହାର କରୁଛନ୍ତି ବୋଲି?

ଜିମେଲ୍
ଏହା ଜାଣିବା ଅତି ସରଳ, ଏଥିରେ ଅଧିକ ସମୟ ମଧ୍ୟ ଲାଗିନଥାଏ । ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଆପଣ ଏହା ଜାଣିପାରିବେ । ପ୍ରଥମେ ଆପଣଙ୍କୁ ଗୁଗୁଲ ଆରାଉଣ୍ଟ ଲଗଇନ କରିବାକୁ ହେବ । ଏହାପରେ ବାମ ପାଶ୍ୱର୍ରେ ଆପଣଙ୍କୁ ସିକ୍ୟୁରିଟି ଅପ୍ସନ ଦେଖାଇବ, ତାହା ଉପରେ କ୍ଲିକ କରିବାକୁ ହେବ । ସେଠାରେ ଆପଣ ମ୍ୟାନେଜ ଅଲ ଡିଭାଇସ ଚୟନ କରିବେ । ଏଠାରେ ଆପଣଙ୍କୁ ସେହି ଡିଭାଇସ ଗୁଡିକର ଲିଷ୍ଟ ଦେଖାଯିବ ଯେଉଁଠି ଆପଣଙ୍କ ଜିମେଲ ଆକାଉଣ୍ଟ ଲିଙ୍କ ଅଛି । ଯଦି ସେଠାରେ ଆପଣଙ୍କୁ ଏମିତି କିଛି ଡିଭାଇସ ଦେଖାଯିବ ଯାହା ଆପଣ ଆପଣଙ୍କ ଆକାଣ୍ଟରେ ଲିଙ୍କ କରି ନାହାନ୍ତି ତେବେ ଭାବିନେବେ ଆପଣଙ୍କ ଆକାଉଣ୍ଟ ଆଉ କେହି ବ୍ୟବହାର କରୁଛନ୍ତି । ଏଠାରେ ଆପଣଙ୍କୁ ଡିଭାଇସ ସେକ୍ସନର ଅପ୍ସନ ଦେଖାଯିବ । ସେଠାରେ ଚୟନ କରି ଆପଣ ଅଧିକ ସୂଚନା ପାଇପାରିବେ । ଆଉ ସେଠାରେ ଲଗଆଉଟ ବି କରିପାରିବେ ।

ଫେସବୁକ
ଫେସବୁକରେ ବି ଜିମେଲ ଭଳି ଅପ୍ସନ ଅଛି, ଯେଉଁଠାରେ ଆପଣ ଜାଣିପାରିବେ କି ଆପଣଙ୍କ ଆକାଣ୍ଟ କେଉଁଠି ଖୋଲା ଅଛି । ପ୍ରଥମେ ଫେସବୁକରେ ଆପଣ ଆକାଉଣ୍ଟ ଲଗଇନ କରିବେ । ଏହାପରେ ଟପ ମେନ୍ୟୁରୁ ସେଟିଙ୍ଗକୁ ଯିବେ । ସେଠାରେ ଆପଣଙ୍କୁ ସେଟିଙ୍ଗ ଓ ପ୍ରାଇଭେସିର ଅପ୍ସନ ଆସିବ ।

ସ୍କ୍ରଲ କରି ତଳକୁ ଆସିଲେ ଆପଣ ଦେଖିପାରିବେ ହୋୟାର ୟୁ ଲଗ ଇନ । ସେଠାରେ ସିମୋରର ଅପ୍ସନ ଥିବ ଯଦି ତୁମ ଆକାଣ୍ଟ ଅଧିକ ଜାଗାରେ ଲଗଇନ ଥିବ । ସେଠାରେ ସମସ୍ତ ଡିଭାଇସର ଲିଷ୍ଟ ଦେଖାଇବ ଯେଉଁଠି ଆପଣଙ୍କ ଆକାଣ୍ଟ ଲଗଇନ ଥିବ । ଯଦି ସେଠାରେ ଏମିତି କିଛି ଆକାଣ୍ଟ ଦେଖାଇବ ଯେଉଁଠି ଆପଣ ଡିଭାଇସ ଲଗଇନ କରିନଥିବେ ତେବେ ତୁରନ୍ତ ଲଗଆଉଟ କରିନେବେ ।

ହ୍ୱାଟ୍ସଆପ
ହ୍ୱାଟ୍ସଆପରେ ଏକ ଭଲ ଫିଚରେ ହେଉଛି ଏହା ଗୋଟିଏ ଥରରେ ଗୋଟିଏ ଫୋନରେ ଖୋଲିହେବ । ହେଲେ ମଲ୍ଟି ଡିଭାଇସ ସପୋର୍ଟ ଆସିବା ପରେ ଏବେ ମୋବାଇଲ ଓ କମ୍ପ୍ୟୁଟରରେ ଏକା ସମୟରେ ହ୍ୱାଟ୍ସଆପ ଖୋଲିହେବ । ଏଭଳି ସ୍ଥିତିରେ ଆମ ହ୍ୱାଟ୍ସଆପ ଯଦି କୌଣସି ଡିଭାଇସରେ ଖୋଲାଥିବ ତେବେ ଆମେ ଜାଣିପାରୁନାହିଁ । ତେବେ ଏହାକୁ କେମିତି ଦେଖିବେ? ପ୍ରଥମେ ସେଟିଙ୍ଗକୁ ଯିବେ । ସେଠାରେ ଲିଙ୍ଗ ଡିଭାଇସ ଉପରେ କ୍ଲିକ କରିବେ । ଏଠାରେ ଆପଣଙ୍କୁ ଏକ ଲିଷ୍ଟ ଦେଖାଯିବ ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କ ଆକାଉଣ୍ଟ କେଉଁଠି ଖୋଲା ଅଛି କି ନାହିଁ । ସେଠାରେ ଳଗଆଉଟର ଅପ୍ସନ ମଧ୍ୟ ଦେଇଥିବ ।