ପ୍ରଧାନମନ୍ତ୍ରୀ ଦେଖାଇଲେ ମାନବିକତା, ଆମ୍ବୁଲାନ୍ସକୁ ବାଟ ଛାଡିବାକୁ ଅଟକାଇଲେ ନିଜ ଗାଡି

273

କନକ ବ୍ୟୁରୋ : ମାନବିକତା ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ନିଆରା ଢଙ୍ଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଆଜି ଏକ ନିଆରା କାର୍ଯ୍ୟ କରି ନିଜର ମାନବିକତା ଦେଖାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋଭାଯାତ୍ରା ଅହମ୍ମଦାବାଦରୁ ଗାନ୍ଧୀନଗର ଯାଉଥିଲା । ଠିକ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ । ମାତ୍ର ରାସ୍ତା ଭିଡ ଥିବାରୁ ଆମ୍ବୁଲାନ୍ସ ଟି ଅଟକି ଯାଇଥିଲା । ଏହାକୁ ଦେଖି ପ୍ରଧାନମନ୍ତ୍ରୀ ତୁରନ୍ତ ଆମ୍ବୁଲାନ୍ସକୁ ରାସ୍ତା ଛାଡିବାକୁ ଶୋଭାଯାତ୍ରା ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୁରୁଖୁରୁରେ ଆମ୍ବୁଲାନ୍ସଟି ରାସ୍ତା ପାର ହୋଇଥିଲା ।

ଏସବୁ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସ୍ୱଦେସୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବାକୁ ଯାଉଥିଲେ   ।

 

ସୂଚନା ଥାଉକି ଭିଆଇପି ମୁଭମେଣ୍ଟ କିମ୍ବା ଅତି ବିଶିଷ୍ଠ ବ୍ୟକ୍ତିଙ୍କ ଶୋଭାଯାତ୍ରା ବେଳେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ସେମାନଙ୍କ ଗସ୍ତ ବେଳେ ଆମ୍ବୁଲାନ୍ସକୁ ଅଟକା ଯାଇଛି । ଏଭଳି କି ଜଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଆମ୍ବୁଲାନ୍ସଟି ଯାଇ ନପାରିବାରୁ ରୋଗୀଟିର ମୃତ୍ୟୁ ହୋଇଥିବା ଖବର ଆସିଛି । ହେଲେ ପ୍ରଧାନମନ୍ତ୍ରୀ ଆଜି ଯାହା କରି ଦେଖାଇଲେ ତାହା ସମସ୍ତଙ୍କ ମନକୁ କିଣି ନେଇଛି ।