ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ । 

178

କନକ ବ୍ୟୁରୋ : ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ନମିତାଙ୍କୁ ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତଳନକାରୀ ସ୍ନେହା ସୋରେନଙ୍କୁ ମାନପତ୍ର ସହ ୫୦ ହଜାରର ଅର୍ଥରାଶି ଦିଆଯାଇଛି ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ଜଉରାମାଲ ଗାଁର ନମିତା ଟୋପ୍ପୋ ୧୯୯୫ ମସିହା ଜୁନ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲା ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରୀ ଥିଲେ। ସେ ୨୦୧୮ ଏପ୍ରିଲ ୧ ତାରିଖ ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ଭାରତୀୟ ହକି ଦଳରେ ପ୍ରାୟ ସମସ୍ତ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିନିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତପୁର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏଥି ପାଇଁ ସେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି।