ମଶାଣି ଓ ରାଜପଥ କଡରେ ପଡିରହିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ରୋଗୀ । ଖାଇବାକୁ ଦାନା ମୁଠେ ମିଳୁନି, ପ୍ରବଳ ଶୀତକୁ ଚାଦରଟିଏ ବି ନାହିଁ 

92

କନକ ବ୍ୟୁରୋ : ଶୀତରୁ ରକ୍ଷା ପାଇବା ପାଇଁ ଆମେମାନେ ଶୀତତାପନିୟନ୍ତ୍ରୀ ଘରେ ରହିବା ସହ କେତେକଣ ଶୀତ ବସ୍ତ୍ର ବ୍ୟବହାର କରୁଛନ୍ତି । ହେଲେ ଆପଣଙ୍କ ଟିଭି ପରଦାରେ ଥିବା ଏହି ବ୍ୟକ୍ତି ଦୁଇ ଜଣଙ୍କ ପାଖରେ ନା ଘର ଅଛି, ନା ବସ୍ତ୍ର । ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି କାଲିମେଳା ଅଂଚଳର ଦୁଇ ମାନସିକ ବିକାରଗସ୍ତ ବ୍ୟକ୍ତି ।

ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତି ଜଣଙ୍କ ୩୨୬ନମ୍ବର ଜାତୀୟ ରାଜପଥର ଏମଭି-୯୦ ହରିଚାନ୍ଦ ମନ୍ଦିର ନିକଟରେ ରହୁଛନ୍ତି । ଏକ କୁୁସୁମ ଗଛମୂଳେ ପଲିଥିନ ତଳେ ରହୁଥିବା ବେଳେ କେତେବେଳେ କଣ ଖାଆନ୍ତି ତାହା କେହି ଜାଣିନାହାନ୍ତି । ପ୍ରବଳ ଥଣ୍ଡାରେ ଥରୁଥିବା ଏହି ବ୍ୟକ୍ତିଙ୍କୁ ଗୋଟିଏ କୁକୁର ଜଗି ରହୁଥିବା ଦେଖିବାକୁ ମିଳେ ।

ସେହିପରି ଅନ୍ୟଜଣେ ମାନସିକ ବିକାରଗସ୍ତ ମହିଳା ସେହି କାଲିମେଳା ମେଡ଼ିକାଲ ନିକଟ ଶ୍ମଶାନରେ ରହୁଛନ୍ତି । ମଶାଣିରେ ରହୁଥିବା ମହିଳା ଜଣଙ୍କର ପରିଚୟ କି ଠିକଣା ଜଣାପଡ଼ି ନଥିବା ବେଳେ ସେ ସେଇଠି ରୋଷେଇ କରି ଖାଉଛନ୍ତି । ଏହାସହ ଶ୍ମଶାନକୁ ସଫାସୁତୁରା କରୁଛନ୍ତି । ଆଉ ଶୀତରୁ ରକ୍ଷା ପାଇବା ପାଇଁ ଜୁଇରୁ ନିଆଁ ଆଣି ଅଳିଆ ଆବର୍ଜନାକୁ ପୋଡି ସେଠାରେ ବସି ରହୁଛନ୍ତି ।

ସରକାର ଗରୀବ ଓ ଅସହାୟଙ୍କ ପାଇଁ ଯୋଜନା କରୁଛନ୍ତି । ଶୀତ କାକରରେ ରହୁଥିବା ଅସହାୟ ଲୋକଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ମଶାଣି ଓ ରାଜପଥ କଡରେ ପଡ଼ିରହିଥିବା ଏହି ୨ ଜଣ ମାନସିକ ବିକାରଗସ୍ତ ଲୋକଙ୍କ ଉପରେ କଣ ପ୍ରଶାସନର ନଜର ପଡି ନାହିଁ । ନାଁ ଏମାନଙ୍କୁ ଖଣ୍ଡେ କମ୍ବଳ ଆଉ ଗଣ୍ଡେ ଦାନା ଦେବାକୁ ଭୂଲିଯାଇଛନ୍ତି ପ୍ରଶାସନିକ