ବ୍ୟାଙ୍କ ଖାତରେ ୨ ଲକ୍ଷରୁ ଅଧିକ ଟଙ୍କା ଜମା ରଖିଥିଲେ ନୋଟିସ କରିପାରେ ଆୟକର ବିଭାଗ : ଆରବିଆଇ

18

କନକ ବ୍ୟୁରୋ : ନଭେମ୍ବର ୮ ତାରିଖ ପରେ ବ୍ୟାଙ୍କ ଖାତରେ ୨ ଲକ୍ଷରୁ ଅଧିକ ଟଙ୍କା ଜମା ରଖିଥିଲେ ନୋଟିସ କରିପାରେ ଆୟକର ବିଭାଗ । ପୂର୍ବରୁ ଏତେଟଙ୍କା ଜମା ହେଉନଥିବା ଖାତାଗୁଡିକ ଉପରେ ନଜର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ବ୍ୟାଙ୍କକୁ ନିର୍ଦ୍ଦେଶ ପରେ ଏନେଇ ତଥ୍ୟ ଦେଇଛନ୍ତି ବ୍ୟାଙ୍କଗୁଡିକ । ପୂର୍ବରୁ ଅଢେଇ ଲକ୍ଷରୁ ଅଧିକ ଜମା ଉପରେ ଆୟକର ଛାନଭିନ କରିପାରେ ବୋଲି କୁହାଯାଉଥିଲା ।

ହେଲେ ଅନେକ ଲୋକ କଳାଧନ ଲୁଚାଇବାକୁ ଅନ୍ୟ ବ୍ୟକ୍ତିଙ୍କ ଆକାଉଂଟକୁ ବ୍ୟବହାର କରି ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ ଜମା କରୁଥିବାରୁ ଏଭଳି ସାନି ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାୟନ ଘୋଷଣା କରିବା ପରେ ୧୫.୪ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ ଜମା ହୋଇଛି । ତେଣୁ କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ଏଭଳି ଅସ୍ୱଭାବିକ ଜମା ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦେଇଛି ଆରବିଆଇ ।