ସଂସାର ବୋଝ ସାଂଗକୁ ଦାଉ ସାଧିଛି ରୋଗ : ଦେଖନ୍ତୁ ଏକ ଅସହାୟ ପରିବାରର ଦୁଃଖ

35

କଟକ : ସଂସାର ବୋଝ ସାଂଗକୁ ଦାଉ ସାଧିଛି ରୋଗ । ଚିକିତ୍ସା ପାଇଁ ସଂପତିବାଡି ବିକି ସର୍ବସ୍ୱାନ୍ତ ହେଲେଣି । କଟକ ଜିଲ୍ଲା ବଣହରା ଗାଁର ରବିନ୍ଦ୍ର ବାରିକଙ୍କ କଥା । ଅସହାୟ ପରିବାରର ଦୁଃଖ ଏବେ ଅସମ୍ଭାଳ ହୋଇପଡିଥିବାବେଳେ ଏବେ ସରକାରୀ ସାହାଯ୍ୟ ହିଁ ଏକମାତ୍ର ଭରସା ।

ବୁଢା ବାପା, ମା’ଓ ୪ଝିଅଙ୍କୁ ନେଇ ଭଙ୍ଗା କୁଡିଆରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ ହଠାତ୍ ବଦଳିଗଲା ସବୁକିଛି । ୨୦୧୫ ମସିହାରେ ତାଙ୍କର ଯକୃତ ଅଚଳ ହୋଇଯାଇଛି । ଆଉ ଚିକିତ୍ସା ପାଇଁ ପରିବାର ପାଖରେ ଟଙ୍କାଟିଏ ବି ନଥିବାରୁ ଏବେ ରବିନ୍ଦ୍ରଙ୍କ ଦେହ ଦିନକୁ ଦିନ ଖରାପ ହେବାରେ ଲାଗୁଛି ।

ଚିକିତ୍ସା ପାଇଁ ଅର୍ଥ ନାହିଁ, ଆଉ ପିଲାମାନଙ୍କ ପାଠ ପଢାକୁ କିଏ ପଚାରେ । ମୃତ୍ୟୁ ସହ ବର୍ତମାନ ସଂଗ୍ରାମ କରୁଥିବା ରବିନ୍ଦ୍ର ଏବେ କେବଳ ଭଗବାନଙ୍କ ଭରସାରେ ପଡିରହିଛନ୍ତି । ସରକାରୀ ସହାୟତା ପାଇଁ ଏବେ ରବିନ୍ଦ୍ରଙ୍କ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

ରବିନ୍ଦ୍ରଙ୍କ ଉପରେ ସରକାରଙ୍କ ନଜର କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –