ଫସଲ ଉପରେ ରାଗ ସୁଝାଇଲେ ଦୁର୍ବୃତ୍ତ: ୮ ଗୁଣ୍ଠ ଜମିରେ କୋବି ଫସଲ ଉଜାଡିଲେ

987

କନକ ବ୍ୟୁରୋ: କୋବି ଚାଷ ନଷ୍ଟ କଲେ ଦୁର୍ବୃତ । ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବୃତ ମାନେ ପାଖାପାଖି ୮ଗୁଣ୍ଠ ଜମିରେ ହୋଇଥିବା କୋବି ଫସଲ ନଷ୍ଟ କରିଦେଇଛନ୍ତି । ମୁଣ୍ଡଝାଳ ତୁଣ୍ଡରେ ବୋଳି କୋବି ଫସଲ କରିଥିବା ଚାଷୀ ଏବେ ଫସଲ ନଷ୍ଟକୁ ନେଇ ଚିନ୍ତାରେ ପଡ଼ିଛି । କଟକ ଗୋବିନ୍ଦପୁର ଥାନା ନାହାଳପୁର ଗାଁର ବାବାଜୀ ସାହୁ ୮ ଗୁଣ୍ଠ ବିଲରେ କୋବି ଚାଷ କରିଥିଲେ । ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ବିଲରେ କାମ କାରି ଘରକୁ ଯାଇଥିଲେ । ହେଲେ ସକାଳୁ ଆସି ଦେଖିଲା ବେଳକୁ କୋବି ଗଛ ସବୁ ଜମିରେ ମରିପଡ଼ିଛି । ଫସଲ ପାଇଁ ଧାର ଉଦ୍ଧାର କରି ୩୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଲାଭ ହେବା ତ ଦୂରର କଥା ମୂଳରୁ ନଷ୍ଟ କରିଦେଇଛନ୍ତି ଦୁର୍ବୃତ । ଏନେଇ ଚାଷୀ ଜଣଙ୍କ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ।