ଆସନ୍ତା କାଲିଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ସେବା, ଜାଣନ୍ତୁ କଣ ରହିଛି ଗାଇଡ ଲାଇନ

106

କନକ ବ୍ୟୁରୋ : କରୋନା ମହାମାରୀ କାରଣରୁ ମାର୍ଚ୍ଚ ୨୦୨୦ ରୁ ବନ୍ଦ ହୋଇଯାଇଥିବା ଅନ୍ତର୍ଜାତୀୟ ବିମାନ ଓଡାଣ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାରଣରୁ କେନ୍ଦ୍ର ସରକାର ବିମାନବନ୍ଦରରେ ବିମାନ ଓଙ୍ଗାଣକୁ ନେଇ ଥିବା କରୋନା କଟକଣା କୋହଳ କରିଦେଇଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିୟମ ମୁତାବକ ବିମାନରେ କ୍ୟୂୁ ମେମ୍ବର ମାନଙ୍କୁ ଏବେ ପିପିଇ କିଟ୍ ପିନ୍ଧିବାକୁ ପଡିବ ନାହିଁ । ହେଲେ ଆବଶ୍ୟକ ପଡିଲେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର କଡା ଯାଂଚ କରିପାରିବେ ସୁରକ୍ଷା କର୍ମୀ । ସେପଟେ ସରକାରଙ୍କ ଘୋଷଣା ମୁତାବକ ଏବେ ବିମାନରେ ମେଡିକାଲ ଏମରଜେନ୍ସି ପାଇଁ ଆଉ ୩ ଟି ସିଟ୍ ଖାଲି ରଖାଯିବ ନାହିଁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଦେଶରେ ଭାରିମାତ୍ରାରେ ଟିକାକରଣ ଓ ଦୈନିକ ସଂକ୍ରମଣର ଦ୍ରୁତ ହାସ ପରେ ଏବେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି ।

ସେପଟେ କେନ୍ଦ୍ର ସରକାର କହିଛନ୍ତି କି ବିମାନ ବନ୍ଦର ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାସହ ବିମାନବନ୍ଦରରେ ହାତ ଧୋଇ ତାକୁ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ଏହାସହ ପିପିଇ କିଟ ଓ କିଛି ମେଡିକାଲ ସରଞ୍ଜାମ ସହ ଏନ-୯୫ ମାସ୍କ ବିମାନ ଭିତରେ ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ।

କହିରଖୁ କି କରୋନାର ଦ୍ୱିତୀୟ ଲହର ଧୀମା ପଡିବା ପରେ ଏବେ ଭାରତୀୟ ବେସାମରିକ ବିମାନ ଚଳାଚଳରେ କିଛି ସୂଧାର ଆସିଛି । କହିରଖୁ କି ଜାନୁଆରୀ ମାସରେ କରୋନା ସଂକ୍ରମଣ ପୁଣି ବଢିବା କାରଣରୁ ଦେଶ ଭିତରେ ଚାଲୁଥିବା ବିମାନ ଚଳାଚଳଗୁଡିକ ପୁଣି ବନ୍ଦ ହୋଇଯାଇଥିଲା  ।