ବୀରଭୂମ ହିଂସା ମାମଲାରେ ଆକ୍ସନ ମୋଡରେ ସିବିଆଇ, ହିଂସା କରିଥିବା ଅଭିଯୋଗରେ ୨୧ ଜଣଙ୍କ ନାମରେ ମାମଲା

125

କନକ ବ୍ୟୁରୋ : ବୀରଭୂମ ହିସଂ ମାମଲା ଯାଂଚ ସିବିଆଇ ହାତକୁ ଯିବା ପରେ ସିବିଆଇ ଆକ୍ସନ ମୋଡରେ ଯାଂଚ କରିବା ଆରମ୍ଭ କରିଦେଇଛି । ଏହି ମାମଲାରେ ଗିରଫ ହୋଇଥିବା ୨୧ ଜଣ ଅଭିଯୁକ୍ତଙ୍କ ନାମରେ ସିବିଆଇ ପକ୍ଷରୁ ଦଙ୍ଗା ସହିିତ ଜଡିତ ଧାରାରେ ଅଭିଯୋଗ ଦାଖଲ କରିଛି   ।   ଏହାସହ ଯାଂଚ ପାଇଁ ସିବିଆଇ ଫରେନସିକ ଟିମ ରାମପୁରହାଟ ଅଞ୍ଚଳରେ ପହଂଚିଛି । ଏହାସହ ଏହି ମାମଲା ସହିତ ଜଡିତ ଫାଇଲ ଓ ଦସ୍ତାବିଜଗୁଡିକୁ ସିବିଆଇ ନିଜ ହାତକୁ ନେଇଛି ।

ସୂଚନା ଥାଉକି ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ରାମପୁରହାଟ ଅଞ୍ଚଳରେ ଜଣେ ଟିଏମସି କର୍ମୀଙ୍କୁ ବୋମା ପକାଇ ହତ୍ୟା କରାଯାଇଥିଲା । ଏହାର ପ୍ରତିଶୋଧ ନେବାକୁ କିଛି ଲୋକ ସ୍ଥାନୀୟ ଅଞ୍ଚଳରେ ୧୦-୧୨ ଟି ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ । ଏହା ଫଳରେ ୬ ଜଣ ମହିଳାଙ୍କ ସମେତ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏନେଇ ହାଇକୋର୍ଟରେ ମାମଲା ରୁଜୁହେବା ପରେ କୋର୍ଟ ଏହି ମାମଲାର ଯାଂଚ ଦାୟୀତ୍ୱ ସିବିଆଇକୁ ଦେଇଥିଲା । ଏହାସହ ଏପ୍ରିଲ ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ତରଫରୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ମମତା ସରକାର ଚାପରେ ଆସି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଗତ ୭୨ ଘଂଟା ମଧ୍ୟରେ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।