ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ୍ ଷ୍ଟ୍ରିକ୍ । ମାତ୍ର ୪୯ ବର୍ଷରେ କ୍ୟାନ୍ସର ଯୋଗୁଁ ଗଲା ଜୀବନ

245

କନକ ବ୍ୟୁରୋ: ଜିମ୍ବାୱେର ପୂର୍ବତନ କ୍ରିକଟ ଖେଳାଳି ହିଥ୍ ଷ୍ଟ୍ରିକଙ୍କ ପରଲୋକ । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ତ୍ରୀ ନାଦିନେ ହିଥ୍ ଷ୍ଟ୍ରିକଙ୍କ ପରଲୋକ ନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୧୨ ବର୍ଷ ଧରି କ୍ରିକେଟ ଖେଳିଥିଲେ । ନିଜ କ୍ୟାରିୟରରେ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲ । କ୍ରିକେଟରେ ଜଣେ ଭଲ ଅଲରାଉଣ୍ଡର ଭାବେ ତାଙ୍କର ପରିଚୟ ଥିଲା । ଅବସର ପରେ ସେ କାଚିଂ ଉପରେ ଧ୍ୟାନ ଦେଇଥିଲେ । ବାଂଲାଦେଶ ଟିମ୍ର କୋଚ ଭାବେ ସେ କାର୍ଯ୍ୟ କରିଥିଲେ । ତେବେ ୨୦୨୧ରେ ତାଙ୍କ କୋଚିଂ କ୍ୟାରିୟରକୁ ଝଟକା ଲାଗିଥିଲା । ଦୁର୍ନୀତିରେ ସାମିଲ ହୋଇଥିବା ଦର୍ଶାଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତଙ୍କ ଉପରେ ୮ ବର୍ଷର କଟକଣା ଲଗାଇଥିଲେ । କିଛି ଦିନ ତଳେ ମଧ୍ୟ ହିଥ ଷ୍ଟ୍ରିକଙ୍କ ପରଲୋକ ନେଇ ଖବର ପ୍ରକାଶ ପାଇଥିଲା । ପରେ ଏହା ଗୁଜବ ବୋଲି ଜଣାପଡ଼ିଥିଲା । ହେଲେ ଏଥର ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।