ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ତାତି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳଙ୍କ ଝିଅ କଂଗ୍ରେସ ପ୍ରାର୍ଥୀ ହେବା ନେଇ ବଢିଲା ଚର୍ଚ୍ଚା

1,270

କନକ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲା କଂଗ୍ରେସର ଅନେକ କର୍ମକର୍ତାଙ୍କୁ ଭେଟି ଆଗାମୀ ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ପକ୍ଷରୁ ଅନେକ ଆଶାୟୀ ପ୍ରର୍ଥୀ ରହିଛନ୍ତି । ଉପନିର୍ବାଚନରେ ଜିଲ୍ଲାର ଆଇନ ଶୃଂଖଳା ପରିସ୍ଥିତିକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି କଂଗ୍ରେସ । ଏହି ଅବସରରେ ୨୦୧୯ ସାଧାରଣ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀ ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳଙ୍କୁ ଭେଟି ଆଲୋଚନା କରିଛନ୍ତି ପିସିସି ସଭାପତି ।