ପୂର୍ବ ସିବିଆଇ ମୁଖ୍ୟ ରଞ୍ଜିତ୍ ସିହ୍ନାଙ୍କ ୬୮ ବର୍ଷ ବୟସରେ ପରଲୋକ

121

କନକ ବ୍ୟୁରୋ : ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନର ପୂର୍ବ ମୁଖ୍ୟ ରଞ୍ଜିତ୍ ସିହ୍ନାଙ୍କ ଦେହାନ୍ତ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶୁକ୍ରବାର ଭୋର ୪.୩୦ ମିନିଟ୍ ସମୟରେ ଦିଲ୍ଲୀର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

ସୂଚନା ଥାଉକି ରଞ୍ଜିତ୍ ସିହ୍ନା ଆଇଟିବିପିର ଡିଜି ଭଳି ପଦବୀରେ ନିଜର ଦାୟିତ୍ୱ ତୁଲାଇଥିଲେ । ସେ ୧୯୭୪ ବ୍ୟାଚ୍ ର ଆଇପିଏସ୍ ଥିଲେ । ସବିଆଇର ମୁଖ୍ୟପଦ ସମ୍ଭାଳିବା ପୂର୍ବରୁ ସେ ଭାରତ-ତିଦବ୍ଦ ସୀମା ପୋଲିସ (ଆଇଟିବିପି)ର ନିର୍ଦ୍ଦେଶକ ଭାର ବି ସମ୍ଭାଳିଥିଲେ ।
ସିବିଆଇର ମୁଖ୍ୟ ପଦରେ ଥିବା ବେଳେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ୨୦୧୨ ନଭେମ୍ବର ୨୨ ତାରିଖରେ ସେ ୨ ବର୍ଷ ପାଇଁ ସିବିଆଇର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ରେଳ ସୁରକ୍ଷା ବଳ ର ନେତୃତ୍ୱ ନେଉଥିଲେ । ଏହାସହ ସେ ପାଟନା ଓ ଦିଲ୍ଲୀ ସିବିଆଇର ବରିଷ୍ଠ ପଦରେ ବି ଅବସ୍ଥାପିତ ହୋଇଥିଲେ ।