ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨.୧୭, ୩୫୩ ହଜାର କରୋନା ସଂକ୍ରମିତ ଚିହ୍ନଟ । ୧,୧୮୫ ମୃତ, ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୨୦ ସହର ମଧ୍ୟରୁ ଭାରତରେ ୧୫ ସହର

200

କନକ ବ୍ୟୁରୋ : ଦେଶରେ କରୋନା ଭୂୁତାଣୁ ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨.୧୭, ୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ କରୋନା ସଂକ୍ରମଣ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ୧,୧୮,୩୦୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୧,୧୮୫ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଗତ

୨୪ ଘଂଟାରେ କେବଳ ମହାରାଷ୍ଟ୍ରରୁ ୬୧ ହଜାର ୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ ଗତକାଲି ଉତ୍ତରପ୍ରଦେଶରୁ ୨୨,୩୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରୁ ୧୬,୬୯୯ , ଛତିଶଗଡରୁ ୧୫,୨୫୬ , କର୍ନାଟକରୁ ୧୪,୭୩୮, ମଧ୍ୟପ୍ରଦେଶରୁ ୧୦,୧୬୬, ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି    ।

ଦେଶରେ ମୋଟ ଆକ୍ଟିଭ କେସ ସଂଖ୍ୟା ୧୫ ଲକ୍ଷ ୬୩ ହଜାର ୫୮୮ ରହିଛି । ସେହିଭଳି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୧,୯୧୭ କୋଟି କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥକଙ୍କ ସଂଖ୍ୟା ରହିଛି ୧.୨୫ କୋଟି । ଅନ୍ୟପଟେ ଦେଶରେ ମୋଟ କରୋନା ସଂକ୍ରମଣରେ ୧,୭୪,୩୦୮ ଲକ୍ଷ ଲୋକଙ୍କର ଜୀବନ ଯାଇଛି ।

ଏହାସହ ଦେଶରେ କରୋନା ସ୍ଥିତି କଣ ଅଛି ତାହାର ଅନୁମାନ ଆପଣ ଏହି ତଥ୍ୟରୁ କରିପାରିବେ । ସାରା ବିଶ୍ୱରରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ସହର ମଧ୍ୟରୁ କେବଳ ଭାରତରେ ୧୫ ଟି ସହର ରହିଛି । ସବୁଠାରୁ ଆଗରେ ପୁଣେ ଥିବା ବେଳେ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଛି ।