କଟକ ଶିଶୁଭବନ ନିୟୁ ମେଡ଼ିକାଲର ଆଇସିୟୁରେ ଅଗ୍ନିକାଣ୍ତ । ନିଆଁକୁ ଆୟତ୍ତ କଲା ଦମକଳ ବିଭାଗ । ଅଗ୍ନିକାଣ୍ଡରେ କେହି ବି ହୋଇନାହାନ୍ତି ଗୁରୁତର ।

99

କନକ ବ୍ୟୁରୋ : କଟକ ଶିଶୁଭବନ ନିୟୁ ମେଡ଼ିକାଲର ଆଇସିୟୁରେ ଅଗ୍ନିକାଣ୍ତ ଘଟିଛି। ଖବର ପାଇ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ବି ଗୁରୁତର ହୋଇନାହାଁନ୍ତି । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏ ନେଇ ତଦନ୍ତ କରାଯାଉଛି। ରୋଗୀସେବାରେ କୌଣସି ବାଧା ଆସି ନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ୪ ବର୍ଷ ପୂର୍ବରୁ ଶିଶୁ ଭବନ ଠାରେ ନିଆଁ ଲାଗିଥିଲା। ଆଜି କିନ୍ତୁ ଶିଶୁଭବନ ନିୟୁ ମେଡ଼ିକାଲ ଆଇସିୟୁରେ ଅଗ୍ନିକାଣ୍ତ ଘଟିଛି। ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଥିବାବେଳେ ‌ଏଥିରେ କେହି ଆହତ ହୋଇ ନାହାଁନ୍ତି ଏବଂ ରୋଗୀ ସେବା ଜାରି ରହିଛି।