୬ମାସରୁ ଉର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ କରୋନା ଟିକା : ଫାଇଜର ଓ ମଡର୍ଣ୍ଣା ଭ୍ୟାକସିନକୁ ଅନୁମତି ଦେଲା ଆମେରିକା

134

କନକ ବ୍ୟୁରୋ : ୬ ମାସରୁ ଉର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ କରୋନା ଟିକା । ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେଇଛି ଆମେରିକା । ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦିଆଯିବ । ସିଡିସିର ଅନୁମତି ପରେ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଆସନ୍ତା ସପ୍ତାହରୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯାଇପାରେ ।

ପୂର୍ବରୁ ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଥିଲା ଏଫଡିଏ । ଆମେରିକାରେ କରୋନା ଟିକାକରଣ ଆରମ୍ଭ ହେବାର ପାଖାପାଖି ଦେଢ ବର୍ଷ ପରେ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି । ଆମେରିକାରେ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପାଖାପାଖି ୧ କୋଟି ୮୦ ଲକ୍ଷ ପିଲା ରହିଛନ୍ତି । କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଖୁବ୍ ଶୀଘ୍ର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ଦେଇଥିଲେ ।