ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ : ଅଫିସ୍ ଓ ପୈତୃକ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ

138

କନକ ବ୍ୟୁରୋ : ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଅଶ୍ୱିନୀ କୁମାର ଦାସଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ସରକାରୀ ବାସଭବନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଜଳେଶ୍ୱର ଅଫିସ୍ ଓ ପୈତୃକ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରାଯାଉଛି । ଜଳେଶ୍ୱର ଅଫିସ୍ ଓ ପୈତୃକ ଘର, ବାସଭବନ, ୪୨ ମୌଜାର ବାସଭବନ, ଏବଂ ପତ୍ନୀଙ୍କ କାର୍ଯ୍ୟାଳୟରେ ବି ଚାଲିଛି ଚଢ଼ାଉ ।