ଦିଲ୍ଲୀ ନୀଳାଚଳ ସେବାସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ

75

କନକ ବ୍ୟୁରୋ: ନୂଆଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଶ୍ରୀନୀଳାଚଳ ସେବାସଂଘର ନିକଟରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଂଘ୧୯୬୭ ମସିହାଠାରୁ ଜାତୀୟ ରାଜଧାନୀର ହାଉଜଖାସସ୍ଥିତ ଜଗନ୍ନାଥମନ୍ଦିରର ପରିଚାଳନା ଦାୟିତ୍ୱ ନିର୍ବାହ କରିଆସୁଛି। ସଂଘର ବିଭିନ୍ନ ପଦପଦବୀ ପାଇଁ ୯ଜଣ ଓ କାର୍ୟ୍ୟକାରୀ କମିଟି ପାଇଁ ୧୬ଜଣ ସଦସ୍ୟ ଆସନ୍ତା ୩ବର୍ଷ ପାଇଁ ନିର୍ବାଚିତ ହୋଇଥିବା ଜଣାଯାଇଛି। ନବନିର୍ବାଚିତ କାର୍ୟ୍ୟକର୍ତ୍ତାମାନେ୨୦୨୫ମସିହା ପର୍ୟ୍ୟନ୍ତ ସେମାନଙ୍କର କାର୍ୟ୍ୟଭାର ତୁଲାଇବେ। ସମସ୍ତ ପଦାଧିକାରୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ କାର୍ୟ୍ୟକାରିଣୀ ସଦସ୍ୟମାନଙ୍କ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ଲକ୍ଷ କରାଯାଇଥିଲା।

ରବୀନ୍ଦ୍ର ନାଥ ପ୍ରଧାନ ଶ୍ରୀନୀଳାଚଳ ସେବାସଂଘର ସମ୍ପାଦକ ପଦରେ କ୍ରମାଗତଭାବରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବା ପ୍ରାପ୍ତସୂଚନାରୁ ପ୍ରକାଶ। ଶ୍ରୀପ୍ରଧାନ ମନ୍ଦିର ପରିଚାଳନାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ୨୦୧୨ମସିହାରୁ କାର୍ୟ୍ୟ କରିଆସୁଛନ୍ତି। ବର୍ତ୍ତମାନର କାର୍ୟ୍ୟନିର୍ବାହୀ ସଭାପତି ବିଘ୍ନେଶ୍ୱର ରାଉତ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଉପ-ସଭାପତି ପଦବୀରେ ଲାଗି ଗଜେନ୍ଦ୍ର ପ୍ରସାଦ ସାମନ୍ତ, କ୍ଷୀରୋଦ ଚନ୍ଦ୍ର ପାତ୍ରଏବଂ ରାମଚନ୍ଦ୍ର ଦାସପ୍ରମୁଖ ନିର୍ବାଚିତ ହୋଇଛନ୍ତି।ସଂଘର ତିନି ନୂଆ ଯୁଗ୍ମସମ୍ପାଦକ ଭାବରେ ଅଭୟ କୁମାର ପ୍ରଧାନ, ଅଶୋକ କୁମାର ପ୍ରଧାନଏବଂ ଦିଲ୍ଲୀପ କୁମାର ସ୍ୱାଇଁ ବିଜୟୀ ଘୋଷିତ ହୋଇଛନ୍ତି।ବର୍ତ୍ତମାନର କୋଷାଧ୍ୟକ୍ଷ ପଙ୍କଜ ମହାନ୍ତି ପୁର୍ନବାର କୋଷାଧ୍ୟକ୍ଷଭାବରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନରେ ଜୟଯୁକ୍ତ ହୋଇଥିବା୧୬ଜଣ କାର୍ୟ୍ୟକାରୀ କମିଟି ସଦସ୍ୟଙ୍କମଧ୍ୟରେ ଅଜୟ ପ୍ରଧାନ, ଅଭିରାମ ସୂତାର, ଅଶୋକ କୁମାର ପ୍ରଧାନ, ସୁକାନ୍ତ କୁମାର ସାହୁ, ଅମୂଲ୍ୟ କୁମାର ଓଝା, ରଙ୍କନିଧିସାହୁ, ନିଷିଦ୍ଧ କୁମାର ଦାସ, ବିଜୟ କୁମାର ସାହୁ, କିଶୋର ଚନ୍ଦ୍ର ସାମଲ, ଜିତେନ୍ଦ୍ର କୁମାର ମହାପାତ୍ର, ସୁମିତ୍ରା ଜେନା, ସୁରଜ ନାୟକ, ଦିବାକର ଖୁଣ୍ଟିଆ, ଅଶୋକ କୁମାର ନାୟକ, ଦିଲ୍ଲୀପ କୁମାର ରାଉତ ଏବଂ ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି।

ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ଏବଂ ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ଆଇନ ପରାମର୍ଶଦାତା ଅବନୀ କୁମାର ସାହୁଙ୍କର ତତ୍ତ୍ୱାବଧାନରେ ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଶ୍ରୀସାହୁ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିଥିବା ମନ୍ଦିର ତରଫରୁ ସୂଚନା ଦିଆଯାଇଛି।