ଆଇଏଏସ୍ ସ୍ତରରେ ଅଦଳବଦଳ । ଦିବ୍ୟଜ୍ୟୋତି ପରିଡା ହେଲେ ସମ୍ବଲପୁର ଜିଲ୍ଲାପାଳ, ଶୁଭଙ୍କର ମହାପାତ୍ର ହେଲେ ରାଉରକେଲା ମ୍ୟୁନିସିପାଲ୍ କମିଶନର ।

1,307

କନକ ବ୍ୟୁରୋ: ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଏହି ଅଦଳବଦଳରେ ରାଉରକେଲା ମ୍ୟୁନିସିପାଲ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଦିବ୍ୟଜ୍ୟୋତି ପରିଡା ରାଉରକେଲା ମ୍ୟୁନିସିପାଲ କମିଶନର ପଦରୁ ବିଦାୟ ନେବା ପରେ ତାଙ୍କ ସ୍ଥାନ ନେବେ ଆଇଏଏସ ଡକ୍ଟର ଶୁଭଙ୍କର ମହାପାତ୍ର । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ନୋଟିସ୍ ଜାରି କରି ସୂଚନା ଦିଆଯାଇଛି ।