ଆତଙ୍କବାଦ ପ୍ରସଙ୍ଗରେ ଭାରତ-ଚୀନ ମଧ୍ୟରେ ହେଲା ଦ୍ୱିପାକ୍ଷିକ ଆଲୋଚନା !

20

କନକ ବ୍ୟୁରୋ : ଆତଙ୍କବାଦ ପ୍ରସଙ୍ଗରେ ଭାରତ-ଚୀନ ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ ଆଲୋଚନା । ବେଜିଂରେ ଆୟୋଜିତ ଏହି ବୈଠକରେ ଭାରତର ବୈଦେଶିକ ସଚିବ ଏସ ଜୟଶଙ୍କର ଓ ଚୀନ୍ ବିଦେଶ ମନ୍ତ୍ରୀ ୱାଂଗ୍ ୟିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବିଶେଷ କରି ଆତଙ୍କବାଦ ସମସ୍ୟା, ଏନ୍ଏସଜି ଓ ଜୈଶ-ଏ ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା ନେଇ ବୈଠକରେ ଆଲୋଚନା କରିଛନ୍ତି ଉଭୟ ନେତା ।