ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ: ପ୍ରଶାସନର ସ୍ୱତନ୍ତ୍ର ନୀତି ନିର୍ଘଂଟ; ୧୪ ତାରିଖ ଯାଏଁ ଚାଲିବ ନୀତିକାନ୍ତି

ପୂଜାନୀତି ଶୃଙ୍ଖଳିତ କରିବାକୁ ନିଷ୍ପତି

140

କନକ ବ୍ୟୁରୋ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଆଉ ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ଏକମାସ ଯାଏଁ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ପ୍ରତ୍ୟୁଷରୁ ଠାକୁରଙ୍କ ପହିଲି ଭୋଗ ନୀତି ହେବ । ଧନୁ ସଂକ୍ରାନ୍ତିଠାରୁ ଆସନ୍ତା ୧୪ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ନୀତି ପାଳନ କରାଯିବ ।

କିମ୍ବଦନ୍ତୀ ଅନୁସାରେ, ମା ଲକ୍ଷ୍୍ମୀ ଏହି ସମୟରେ ବାପଘରକୁ ଯାଇଥିବାକୁ ଯଶୋଦା ଅତି ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସିଦେଇଥାନ୍ତି । ଏହାକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ହେଉଛି । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନିଷ୍ପତି ହୋଇଛି । ଏହି ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ଅନୁଷ୍ଠାନ ଓ ଘରେ ଘରେ ପହିଲି ଭୋଗ ହେବାର ପରମ୍ପରା ରହିଆସିଛ ିା

ସେପଟେ ଜଗନ୍ନାଥ ସଂସ୍କୃତି ସହ ଜଡିତ କାକଟପୁର ବାସିନୀ ମା’ମଙ୍ଗଳା ମନ୍ଦିରରେ ଆଜି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗନୀତି ଆରମ୍ଭ ହୋଇଛି । ଆଜି ରାତ୍ର ୩ଟାରୁ ମା’ଙ୍କ ଦ୍ୱାର ଫିଟା ପରେ ମା’ଙ୍କ ନିତୀ କ୍ରାନ୍ତି ସମ୍ପନ୍ନ ହୋଇଥିଲା । ପରେ ସୂର୍ଯ୍ୟାଦୟ ପୂର୍ବରୁ ପହିଲି ଭୋଗନିତୀ ଆରମ୍ଭ ହୋଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଚାଲିବ । କୋଭିଡ୍ କଟକଣା ଚାଲିଥିବାରୁ ବିନା ଭକ୍ତରେ ଏହି ନୀତି ଚାଲିଛି । ଆଜି ଧନୁ ସଂକ୍ରାନ୍ତୀ ଥିବାରୁ ମନ୍ଦିର ବାହାରେ କିଛି ଧନୁ ମୁଆଁ ଭୋଗ କରି ଦ୍ୱୀପ ଲଗାଇ ମାଙ୍କ ଦର୍ଶନ ନପାଇ ନିରାଶରେ ଫେରିଯାଉଛନ୍ତି ।