ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍-ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧.୪% ଫଳପ୍ରଦ ହୋଇଥିବା ଦାବି

128

କନକ ବ୍ୟୁରୋ: ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍- ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧ ଦଶମିକ ୪ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛନ୍ତି ନିର୍ମାତା ।  ଏନେଇ  ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରୁଥିବା ଋଷିଆର ଗାମେଲିଆ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ପ୍ରେସ ରିଲିଜ୍ କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ସ୍ଫୁଟନିକ- ଭି ଟିକାର ପ୍ରଥମ ଡୋଜ୍ ନେଇଥିବା ୨୨ ହଜାର ୭୧୪ ଜଣ ସ୍ୱେସ୍ଥାସେବୀଙ୍କ ଦେହରେ ୨୧ ଦିନ ପରେ ସୃଷ୍ଟି ହୋଇଥିବା ଫଳାଫଳକୁ ଆଧାର କରି ଏହି ଡାଟା ପ୍ରସ୍ତୁତ କରାଯାଇଛି ।

ବିଶ୍ୱର ପ୍ରଥମ ଟିକା ଭାବେ ସ୍ଫୁଟନିକ ଭି ଫଳପ୍ରଦ ହୋଇଥିବା ନେଇ ଋଷିଆ ପକ୍ଷରୁ ଦାବି କରାଯାଇଥିଲା । ହେଲେ ଏହାର ପରୀକ୍ଷଣ ଠିକ୍ ଭାବରେ ହୋଇନଥିବାରୁ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶ ପ୍ରଶ୍ନ ଉଠାଇଥିଲେ । ତାପରେ ଋଷ୍ିଆରେ ଏହି ଟିକାର ମାନବ ପରୀକ୍ଷଣ ଚାଲିଛି ।