ପୁଣି ହତାଶ ହେଲେ କିଡନୀ ରୋଗୀ । ସରକାରଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ପୁଣି ଦିଆଗଲା ନିଷିଦ୍ଧ ଔଷଧ

72

କନକ ବ୍ୟୁରୋ: ପୁଣି ନିରାଶ ହୋଇଛନ୍ତି କିଡନୀ ରୋଗୀ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସବୁ ପ୍ରତିଶ୍ରୁତି ଦେଇଥିଲେ କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ ହେବ । ରୋଗୀଙ୍କୁ ଭଲ ଔଷଧ ଯୋଗାଇ ଦିଆଯିବ । ଏହି ଆଶାରେ କଟକ ଏସିସିବି ମେଡିକାଲ କଲେଜରେ ପହଞ୍ଚିଥିଲେ କିଡନୀ ରୋଗୀ । ହେଲେ ସେଠାରେ ରୋଗୀଙ୍କୁ ପୁଣିଥରେ ନିରାଶ ହେବାକୁ ପଡିଛି ।

  • ହତାଶ ହେଲେ କିଡନୀ ରୋଗୀ
  • ଏସସିବି ମେଡିକାଲରୁ ନିରାଶ

ଭଲ ଔଷଧ ପାଇବା ଆଶାରେ କଟକ ଏସିସିବି ମେଡିକାଲ କଲେଜରେ ପହଞ୍ଚିଥିଲେ କିଡନୀ ରୋଗୀ । କିନ୍ତୁ ପୁଣି ଥରେ ରୋଗୀଙ୍କୁ ନିରାଶ ହେବାକୁ ପଡିଛି । ଆଶା ଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏଥର ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସେଭଳି କୌଣସି ବ୍ୟବସ୍ଥା ହୋଇନଥିବା ରୋଗୀଙ୍କୁ କହିଛନ୍ତି ଡାକ୍ତର ।

କଟକ ବଡ଼ ଡାକ୍ତରଖାନାରେ କିଡନୀ ରୋଗୀଙ୍କୁ ଟାକ୍ରୋଲିମସ୍ କ୍ୟାପ୍ସୁଲ, ନେଫଗ୍ରାଫ ପଏଣ୍ଟ ୫ ବଟିକା ମାଗଣାରେ ମିଳୁଛି । ତେବେ ଏହି ଔଷଧକୁ ଚଣ୍ଡୀଗଡର ରେଜିଓନାଲ ଡ୍ରଗ ଟେଷ୍ଟିଂ ଲ୍ୟାବ୍ ନିଷିଦ୍ଧ କରିଥିବାବେଳେ ଏହା କେମିତି ଦିଆଯାଉଛି ବୋଲି ଅନେକ ଦିନ ହେବ ପ୍ରଶ୍ନ କରି ଆସୁଛନ୍ତି କିଡନୀ ରୋଗୀ । ଏନେଇ ଗତ ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବି ବସିଥିଲେ କିଡନୀ ରୋଗୀ । ତେବେ ଏହି ଔଷଧ କେତେ ଭଲ ସେନେଇ ଆମେ କଟକ ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ କଥା ହୋଇଥିଲୁ । ଡାକ୍ତରଙ୍କ କହିବା ଅନୁଯାୟୀ ବହୁ ରୋଗୀ ଏବେ ବି ଏହି ଔଷଧ ଖାଉଛନ୍ତି , ଅନେକ ସୁସ୍ଥ ଅଛନ୍ତି ।

ଔଷଧକୁ ନେଇ ମେଡିକାଲ କର୍ତୃପକ୍ଷ ଓ ରୋଗୀଙ୍କ ଭିତରେ ଛକାପଂଝା ଚାଲିଥିବାବେଳେ ଅନେକ ରୋଗୀ ଜୀବନ ବି ହରାଇଲେଣି । ତେବେ ପୂର୍ବରୁ ଦିଆଯାଉଥିବା ଔଷଧ କାହିଁକି ଦିଆଯାଉନାହିଁ ବୋଲି ରୋଗୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିଜ ଜିଦରେ ଅଟଳ ରହି ସ୍ୱାସ୍ଥ୍ୟ ବିଭାଗ, ସମସ୍ୟାର ସମାଧାନ କରିବା ପରିବର୍ତେ ପରିସ୍ଥିତକୁ ଅଧିକ ଅଡୁଆ ଭିତରକୁ ଟାଣି ନେଉଥିବା କିଡନୀ ରୋଗୀ କହିଛନ୍ତି ।