ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ବରଫ ଅତଡା ଭିତରେ ୧୦ଜଣଙ୍କ ମୃତ୍ୟୁ, ୮ ଉଦ୍ଧାର

102

କନକ ବ୍ୟୁରୋ: ଉତରାଖଣ୍ଡରେ ଅଘଟଣ । ବର୍ଷା ପରେ ହଠାତ ରାଜ୍ୟରେ ଆରମ୍ଭ ହୋଇଛି ତୁଷାରପାତ । ଦ୍ରୌପଦୀ ଦାଣ୍ଡା ପର୍ବତ ନିକଟରେ ହୋଇଥିବା ହିମସ୍ଖଳନରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ସେପଟେ ନିଖୋଜ ବାକି ପର୍ବତାରୋହୀଙ୍କ ଖୋଜାଖୋଜି ଚାଲିଛି । ତୁଷାରପାତ ଭିତରେ ମଙ୍ଗଳବାର ସକାଳୁ କିଛି ପର୍ବତାରରୋହୀ ଫଶି ରହିଥିବା ସୂଚନା ମିଳିଥିଲା । ୨୩ ତାରିଖରେ ଏମାନେ ଉତରକାଶୀରୁ ଆସି ଏଠାରେ ପର୍ବତ ଆରୋହଣର ଟ୍ରେନିଂ ନେଉଥିଲେ । ୨୯ଜଣଙ୍କ ମଧ୍ୟରୁ କିଛି ଟ୍ରେନର ଓ ଟ୍ରେନି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ ଟିମ ପହଁଚି ବରଫ ଝଡରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି । ଉତରକାଶୀର ୨୯ଜଣ ପର୍ବତାରୋହୀ ଏଠାକୁ ଆସିଥିବାବେଳେ ବରଫ ଝଡରେ ଫସିଥିଲେ ଟୁଇଟ କରି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ମରସିଂ ଧାମୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।