ଜମାକାରୀଙ୍କ ଆକାଉଣ୍ଟ ଫ୍ରିଜ, ରାସ୍ତାରେ ଲୋକେ: ଚୀନରେ ୬ଟି ବ୍ୟାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା

307

କନକ ବ୍ୟୁରୋ: ଏକାଠି ହୋଇ ନାରାବାଜି କରୁଛନ୍ତି ହଜାର ହଜାର ଚୀନ ନାଗରିକ । ବ୍ୟାଙ୍କ ଆକାଉଂଟରୁ ପଇସା ବାହାର କରିପାରୁନାହାନ୍ତି । ତେଣୁ ବିଭିନ୍ନ ବ୍ୟାଙ୍କ ସାମ୍ନାରେ ପ୍ରତିବାଦ କରୁଛନ୍ତି ଜମାକାରୀ । ଚାଇନାର ସେଂଟ୍ରାଲ ବ୍ୟାଙ୍କ, ଜେଙ୍ଗଜୋ ଶାଖା ବାହାରେ ଥିବା ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନାର ଏକତ୍ରିତ ହୋଇ ଜମାକାରୀ ନାରାବାଜି କରିଛନ୍ତି ।

ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ବିଗିଡାବା ପରେ ଏବେ ଲୋକେ ରାଜରାସ୍ତାରେ । ଆଉ ଏବେ ଚୀନର ହେନାନ ପ୍ରାନ୍ତରେ ଥିବା ଜେହେଙ୍ଗଜହୁରେ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଚୀନର ୬ଟି ବ୍ୟାଙ୍କ ଜମାକାରୀଙ୍କ ସେଭିଙ୍ଗସ ଆକାଉଂଟ ଏବଂ ବିଭିନ୍ନ ଫଣ୍ଡକୁ ସିଲ୍ କରିବା ପରେ ଲୋକେ ହରଡଘଣାରେ ପଡିଛନ୍ତି । ପକେଟରେ ପଇସା ନଥିବାରୁ ଅସନ୍ତୋଷ ଜାହିର କରୁଛନ୍ତି ଲୋକେ । ବ୍ୟାଙ୍କରେ ଦୁର୍ନୀତି ଏବଂ ହେନାନ ସରକାରର ପରିଚାଳନାରେ ତ୍ରୁଟି ଥିବାରୁ ନାରାବାଜି କରୁଛନ୍ତି ଚୀନର ନାଗରିକ । ମୁଖ୍ୟତଃ ଲିକ୍ୟୁଡିଟି କ୍ରାଇସିସ ଭଳି ସ୍ଥିତି ଉପୁଜିଛି । ଲିକ୍ୟୁଡିଟି କ୍ରାଇସିସ ସେତେବେଳେ ଉତ୍ପନ୍ନ ହୁଏ ଯେତେବେଳେ ନଗଦ ଅର୍ଥ କମ୍ ଥାଏ କିନ୍ତୁ ନଗଦ ଅର୍ଥର ଚାହିଦା ଅଧିକ ଥାଏ । ଏଥିସହ ବ୍ୟବସାୟୀ ଏବଂ ଖାଉଟି ଋଣ ପାଇଁ ଅଧୁକ ସୁଧ ଦିଅନ୍ତି ।

ବ୍ୟାଙ୍କ ଜମାକାରୀଙ୍କ ଆନ୍ଦୋଳନ ଶାସକ କମ୍ୟୁନିଷ୍ଟ ପାର୍ଟି ପାଇଁ ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । କାରଣ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ବୈଠକ କରିବାକୁ ଯାଉଛନ୍ତି । ଏହି ସମୟରେ ସେ ତୃତୀୟ ଥର କ୍ଷମତାରେ ବସିବେ କରିବେ ବୋଲି ଆଶା କରାଯାଉଛି ।

ଚୀନ ମିଡିଆର ରିପୋର୍ଟ ଅନୁଯାୟୀ ପାଖାପାଖି ଆମେରିକୀୟ ଡଲାରରେ ୧.୫ ବିଲିୟନ ଡଲାର ଫ୍ରିଜ୍ ହୋଇଛି । ଏପ୍ରିଲରେ ଲକ୍ଷ ଲକ୍ଷ ଡଲାର ଜମାରାଶି ଫ୍ରିଜ୍ କରିଥିଲେ ବ୍ୟାଙ୍କ ଗୁଡିକ । ଯାହାକି ଅନେକ ଲୋକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି । ସେତେବେଳେ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ କୁହାଯାଇଥିଲା ସେମାନେ ସେମାନଙ୍କର ଆଭ୍ୟନ୍ତରୀଣ ସିଷ୍ଟମକୁ ଅପଗ୍ରେଡ୍ କରୁଛନ୍ତି । ଏଥିସହ ଗ୍ରାହକଙ୍କ ଇମେଲ ଏବଂ ଟେଲିଫୋନ୍ କଲର ଜବାବ ଦେଇନଥିଲେ ବ୍ୟାଙ୍କ କର୍ତୃପକ୍ଷା ଏବେ କିନ୍ତୁ ଦୁଇ ମାସ ହେବ ଲୋକେ ବ୍ୟାଙ୍କରୁ ନିଜ ଜମାରାଶି ବାହାର କରିପାରୁ ନାହାନ୍ତି ।