ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ କବଜାକୁ ନେବା ପରେ ମନୋରଞ୍ଜନ କରୁଛନ୍ତି ଜନତା: ରାତିରେ ଆୟୋଜନ କଲେ ମେଲୋଡି

120

କନକ ବ୍ୟୁରୋ: ଶ୍ରୀଲଙ୍କାର ଏକ ସାଇକେଲ ଦୋକାନ । ଯେଉଁଠି ଲୋକେ ସାଇକେଲ କିଣିବାକୁ ଭିଡ ଜମାଇଛନ୍ତି । ତେଲର ଅଭାବ ଏବଂ ଆର୍ଥିକ ସ୍ଥିତି ଖରାପ ହେବା ପରେ ଲୋକେ ଏବେ ସାଇକେଲ କିଣିବାରେ ବ୍ୟସ୍ତ ଅଛନ୍ତି । ଦେଶରେ ଦରଦାମ ପରିସ୍ଥିତି ଉକ୍ରଟ ରୂପ ଧାରଣ କରୁଥିବାବେଳେ ପେଟ୍ରୋଲ ଡିଜେଲ ମିଳିବା କଷ୍ଟକର ହୋଇପଡିଛି । ଯାହା ବି ଅଛି ତାକୁ ନେବାକୁ ପେଟ୍ରୋଲ ପମ୍ପ ସାମ୍ନାରେ ଲାଗୁଛି ଲମ୍ବା ଲାଇନ । ତେଣୁ ଲୋକେ ଏବେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ସାଇକେଲ୍ ଉପରେ ଭରସା କରିଛନ୍ତି ।

ସେପଟେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ତାଙ୍କ ବାସ ଭବନ ବୁଲି ଦେଖିବାକୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ପ୍ରବଳ ଖରା ହେଉଥିଲେ ବି ଲୋକେ ଲମ୍ବା ଲାଇନ୍ କରି ଧାଡିରେ ଛିଡା ହୋଇଛନ୍ତି । ଆଉ ଇଏ ହେଉଛି ସେହି ଚିତ୍ର । ଅନ୍ୟପଟେ ରାଷ୍ଟ୍ରପତି ଭବନ ଭିତରେ ନାଚ, ଗୀତର ଆସର ଜମିଛି । ଯେଉଁଠି କଡା ସୁରକ୍ଷା ବ୍ୟବସ୍ଥା ସହିତ ସୁରକ୍ଷା କର୍ମୀ ନିୟୋଜିତ ରହିବା କଥା ସେଠି ଏବେ ମେଲୋଡି ଚାଲିଛି । ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତ ଧସେଇ ପଶିବା ପରେ ବିକ୍ଷୋଭକାରୀ ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି ।

ମେଲୋଡି ପାଇଁ ଆବଶ୍ୟକ ଉପକରଣ ସହ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଏକରକମ ରାଷ୍ଟ୍ରପତି ଭବନ ଏବେ ଆଖଡା ସ୍ଥଳରେ ପରିଣତ ହୋଇଛି । କିଏ ସୁଇମିଂ ପୁଲରେ ଗାଧୋଉଛି ତ ଆଉ କିଏ ବେଡରୁମରେ ପଶି ବେଡ ଉପରେ ସେଲଫି ନେଉଛି । ସେହିପରି ରାଷ୍ଟ୍ରପତିଙ୍କ ବେଡ୍ରୁମ୍ ଓ କିଚେନ୍ରେ ମଧ୍ୟ ପଶିଥିଲେ । ବେଡ୍ରୁମ୍ରେ ଶୋଇ ସେମାନେ ସେଲ୍ଫି ନେଇଥିଲେ । ଏମିତିକି ରାଷ୍ଟ୍ରପତିଙ୍କ ଜିମ୍ରେ ପଶି ୱାକ୍ ଆଉଟ୍ କରିଥିଲେ ବିକ୍ଷୋଭକାରୀ । ଜିମରେ ସେମାନେ ବିଭିନ୍ନ ଉପକରଣ ସହ ୱାକ୍ ଆଉଟ୍ କରିଥିଲେ ।