ଧୱନ-ରୋହିତଙ୍କ ଦମଦାର ପାର୍ଟନରସିପ: ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ

256

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ଭାରତ ବଡ ବିଜୟ ଲାଭ କରିଛି । ରୋହିତ ଶର୍ମା ଓ ଶିଖର ଧୱନଙ୍କ ଦମଦାର ପାର୍ଟନରସିପ ଦେଖିବାକୁ ମିଳିଥିଲା । ଫଳରେ ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି । ୩ ଟିକିଆ ଦିନିକିଆ ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ । ହେଲେ ଆରମ୍ଭରୁ ଇଂଲଣ୍ଡର ଟପ ଅର୍ଡର ଭୁଶୁଡି ପଡିଥିଲା । ଦଳ ପକ୍ଷରୁ କେବଳ ଜୋସ ବଟଲର ୩୦, ଡେଭିଡ ୱିଲି ୨୧ କରିଥିଲେ । ସେହିପରି ଜାସନ ରଏ, ଜୋ ରୁଟ, ବେଲ ଷ୍ଟୋକ୍ସ, ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଭଳି ଖେଳାଳି ଖାତା ଖୋଲି ପାରିନଥିଲେ । ଫଳରେ ଦଳ ମାତ୍ର ୨୫ ଓଭରରେ ୧୧୦ ରନ କରି ଅଲଆଉଟ ହୋଇଯାଇଥିଲା ।

ଫଳରେ ଭାରତ ୧୧୧ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା । ଆଉ ଏହି ସହଜ ବିଜୟ ଲକ୍ଷ୍ୟକୁ ଧୈ÷ର୍ଯ୍ୟର ସହ ପୂରା କରିଥିଲେ ରୋହିତ ଓ ଧୱନ । ରୋହିତ ଶର୍ମା ୭୬ ରନ କରିଥିବା ବେଳେ ଶିଖର ଧୱନ ୩୧ ରନ କରିଥିଲେ । ଫଳରେ ଭାରତ ଏହି ବିଜୟ ଲକ୍ଷ୍ୟକୁ ମାତ୍ର ୧୮ ଓଭରରେ ପୂରା କରିବାରେ ସଫଳ ହୋଇଥିଲା ।