ରାଜ୍ୟରେ ସ୍କୁଲ ଖୋଲିବା ଦାବି । ହାଇକୋର୍ଟର ଦ୍ୱାରସ୍ଥ ହେଲେ ଖୋର୍ଦ୍ଧାର ଜଣେ ମହିଳା

1,166

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ବିଚାର କରୁଥିବାବେଳେ , ହାଇକୋର୍ଟରେ ପହଁଚିଛି ମାମଲା । ସ୍କୁଲ ଖୋଲିବା ଦାବିରେ ଖୋର୍ଦ୍ଧା ଜିଲ୍ଳାରେ ଜଣେ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି , କୋଭିଡ ଯୋଗୁଁ ପାଠପଢ଼ା ବନ୍ଦ ରଖିବା ଉଚିତ୍ ନୁହେଁ । ଦୀର୍ଘ ଦୁଇ ବର୍ଷ ଧରି ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଛି । କାଁଭାଁ କେତେବେଳେ ସ୍କୁଲ ଖୋଲିବା ପରେ ପୁଣି ଏହାକୁ ବନ୍ଦ କରି ଦିଆଯାଇଛି ।

ପାଠପଢ଼ା ବନ୍ଦ ଯୋଗୁଁ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଆଉ ଅଧିକ ଦିନ ଏହି ସ୍ଥିତି ଜାରି ରହିଲେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବା ସହ ଅଶିକ୍ଷା ବିରାଜମାନ କରିବ । ବିଶ୍ୱବ୍ୟାଙ୍କର ନିର୍ଦ୍ଦେଶକ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଥିବା ଆବେଦନରେ ଦର୍ଶାଯାଇଛି । ରେଷ୍ଟୁରାଂଟ, ବାର, ସପିଙ୍ଗ ମଲ ଖୋଲାଥିବାବେଳେ ଓ ନିର୍ବାଚନକୁ ଅନୁମତି ଦିଆଯାଇଥିବାବେଳେ ସ୍କୁଲକୁ କାହିଁକି ବନ୍ଦ ରଖାଯାଇଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ତୁରନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ।