ମହାକାଶରେ କେମିତି କଟେ ମହାକାଶଚାରୀଙ୍କ ଦିନ । ଜାଣନ୍ତୁ…

265

କନକ ବ୍ୟୁରୋ : ମହାକାଶ ବିଷୟରେ ଆମେ ପିଲାଟି ବେଳରୁ ବିଜ୍ଞାନରେ ପଢିଆସୁଛେ । ମହାକାଶ, ମହାକାଶଚୀରୀଙ୍କ ବାବଦରେ ବି ପଢିଛେ ଏବଂ ଶୁଣିଛେ । ଆଉ ଏହାମଧ୍ୟ ଶୁଣିଛେ କି ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ସେଠାରେ ସମସ୍ତ ଜିନିଷ ଭାଷମାନ ଅବସ୍ଥାରେ ରହିଥାଏ । ସେଠାକୁ ଯାଉଥିବା ମହାକାଶଚାରୀ ମଧ୍ୟ ବାୟୁରେ ଭାଷମାନ ଅବସ୍ଥାରେ ରହିଥାନ୍ତି । ଏହା ଶୁଣି ପ୍ରାୟ ସମସ୍ତେ ଭାବନ୍ତି ଏହା ବହୁତ ସହଜ ଏବଂ ମଜାଦାର ହୋଇଥିବ । କିନ୍ତୁ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଅଲଗା । ଆପଣ ଜାଣିଛନ୍ତି କି, ମହାକାଶଚାରୀମାନେ ସେଠାରେ କିପରି ଆରାମ କରିଥାନ୍ତି । ଆସନ୍ତୁ ଜାଣିବା ବାସ୍ତବ ଚିତ୍ର କଣ ।


ପ୍ରକୃତ କଥା ହେଲା ମହାକାଶରେ ମହାକାଶଚାରୀଙ୍କୁ ଆରାମ କରିବା ପାଇଁ ଖବ୍ କମ ସମୟ ମିଳିଥାଏ । ମହାକାଶଚାରୀ ସ୍ପେସ ଷ୍ଟେସନରେ ଟିକେ ସମୟ ପାଇଲେ ମିଶନ କଣ୍ଟ୍ରୋଲ ସେଣ୍ଟରର ସାଥୀଙ୍କ ସହ କଥା ହୋଇଥାନ୍ତି କିମ୍ବା ପରିବାର ଲୋକ ଏବଂ ସାଙ୍ଗଙ୍କ ସହ କଥା ହୋଇଥାନ୍ତି । ଏଥିପାଇଁ ସ୍ପେସ୍ ଏଜେନ୍ସି ଇଂଣ୍ଟରନେଟ୍ କଲର ବ୍ୟବସ୍ଥା କରାଇଥାଏ । କେବଳ ଏତିକି ନୁହେଁ ମହାକାଶରେ ଇଣ୍ଟରନେଟ୍ ବ୍ୟବସ୍ଥା କରାଯାଇଛି । ସୋସିଆଲମିଡିଆର ମଜା ବି ମହାକାଶରେ ନେଇଥାନ୍ତି ମହାକାଶଚାରୀ । ବାୟୁରେ ଭାସୁଥିବା ପାଣି ବୁନ୍ଦା ସହ ଖେଳୁ ଖେଳୁ ଅନେକ ପ୍ରୟୋଗ ମଧ୍ୟ କରିଥାନ୍ତି ମହାକାଶଚାରୀ । ସେଠାରେ ଆରାମ କରିବା ପାଇଁ ମାତ୍ରେ କେଇ ସମୟ ମିଳିଥାଏ । ଆଉ ଏହାରି ଭିତରେ ମହାକାଶଚାରୀ ଏହିଭଳି ଭାବେ ନିଜକୁ ରିଲାକ୍ସ କରିଥାନ୍ତି