ଦିଲ୍ଲୀରେ ଫୁଲୁଛି ଯମୁନା ନଦୀ : ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାଜଳ, ଉପରମୁଣ୍ଡରେ ଜାରି ରହିଛି ବର୍ଷା

135

କନକ ବ୍ୟୁରୋ : ପୁଣିଥରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯମୁନାର ଜଳସ୍ତର ୨୦୬.୪ ମିଟରରେ ପହଞ୍ଚିଛି । ଯଦି ଜଳସ୍ତର ୨୦୬.୭ ମିଟରରେ ପହଞ୍ଚିବ ତେବେ ଯମୁନା ନଦୀ କୂଳରେ ରହୁଥିବା ଲୋକେ ବନ୍ୟାରେ ବୁଡ଼ିବେ । ଦିଲ୍ଲୀର ଯମୁନା ବ୍ରିଜ୍ ବା ପୁରୁଣା ଲୁହା ପୋଲ ରାତି ୧୦ଟା ୧୫ରେ ବନ୍ଦ କରିଦିଆଯାଇଛି । ଟ୍ରେନର ଗତିପଥକୁ ନୂଆଦିଲ୍ଲୀରେ ପରିବର୍ତ୍ତନ କରାଯାଇଛି । ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି ।

ଏହି କାରଣରୁ, ହାଥିନିକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସିତ ହେଉଥିବାରୁ ଯମୁନାର ଜଳସ୍ତରରେ ବୃଦ୍ଧି ଘଟିଛି । ଆସନ୍ତା ୨-୩ ଦିନ ଅର୍ଥାତ୍ ଜୁଲାଇ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ନୋଏଡାର ଅନେକ ଘର ଏବେ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ଶିବିରରେ ଏବେ ପ୍ରବାହିତ ଲୋକ ରହୁଛନ୍ତି । ଏହା ସହିତ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି । ହାଥନିକୁଣ୍ଡ ବ୍ୟାରେଜରୁ ଯମୁନା ନଦୀକୁ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ଛାଡିବା ପରେ ଦିଲ୍ଲୀ ସରକାର ହାଇ ଆଲର୍ଟରେ ଅଛନ୍ତି ।