ମହାନଗର ନିଗମ ନିର୍ବାଚନ : ଭୋଟ ଦେଉଛି ଦିଲ୍ଲୀ; ଏଥର ବଡଧରଣର ଓଲଟପାଲଟ କରିବ କି ଆପ୍?

114

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ସାଢେ ୫ଟା ଯାଏଁ ଚାଲିବ । ଭୋଟକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ଗତକାଲିଠୁ ପାଟ୍ରୋଲିଂ କରି କଡା ସୁରକ୍ଷା ବନ୍ଦୋବସ୍ତ କରିବା ସହ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିସହ ଭୋଟ ଦେବା ପାଇଁ ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟ୍ରାଇ ସାଇକେଲର ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀ ମୋଟ ୧୩ ହଜାର ୬୬୫ ବୁଥର ମତଦାନ ଚାଲିଛି । ସେଥିମଧ୍ୟରୁ ୬୮ଟି ଆଦର୍ଶ ମତଦାନ କେନ୍ଦ୍ର ଓ ୬୮ଟି ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ଏମସିଡି ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ମୋବାଇଲ ନେଇଯିବାକୁ ଅନୁମତି ଦେଇଛନ୍ତି ନିର୍ବାଚନ କମିସନ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ମୋଟ ୧ କୋଟି ୪୫ ଲକ୍ଷରୁ ଅଧିକ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରି ୧ହଜାର ୩୪୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଦିଲ୍ଲୀ ନଗର ନିଗମର ୨୫୦ ୱାର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧ହଜାର ୩୪୯ ପ୍ରାର୍ଥୀ ।

ଏହି ନିର୍ବାଚନ ଉଭୟ ବିଜେପି ଓ ଆମ ଆଦମୀ ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ । ୨୦୧୭ରେ ହୋଇଥିବା ନିର୍ବାଚନରେ ବିଜେପି ୧୮୧ ୱାର୍ଡରେ ବିଜୟୀ ହୋଇଥିବା ବେଳେ ଆପ ଖାତାକୁ ଯାଇଥିଲା ୪୮ଟି ୱାର୍ଡ ଓ କଂଗ୍ରେସ ୨୭ ୱାର୍ଡରେ ବିଜୟୀ ହୋଇଥିଲା । ତେଣୁ ଏଥର ଦିଲ୍ଲୀ ଏମସିଡି ପୁଣି ବିଜେପି କବଜାକୁ ଯିବ ନା ଆମ ଆଦାମୀ ପାର୍ଟି ବଡ ଧରଣର ଓଲପାଲଟ କରିବ । ତାହା ଭୋଟ ଗଣତି ପରେ ସ୍ପଷ୍ଟ ହେବ ।

ଭୋଟ ଦେଉଛି ଦିଲ୍ଲୀ

ଏମସିଡି ନିର୍ବାଚନ ପାଇଁ ୨୫୦ ୱାର୍ଡରେ ମତଦାନ ଜାରି
ଭୋଟ ଦେବେ ୧ କୋଟି ୪୫ ଲକ୍ଷରୁ ଅଧିକ ଭୋଟର
୨୫୦ ୱାର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧୩୪୯ ପ୍ରାର୍ଥୀ
କଡା ସୁରକ୍ଷା ଭିତରେ ଚାଲିଛି ମତଦାନ
ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ
ନିର୍ବାଚନ ପାଇଁ ସମସ୍ତ ହୋଲସେଲ ଓ ରିଟେଲ ବଜାର ବନ୍ଦ
ସମସ୍ତ ସରକାରୀ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି
ଏମସିଡି ନିର୍ବାଚନରେ କିଏ ମାରିବ ବାଜି ?
ଆସନ୍ତା ୭ରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ ଚିତ୍ର
ଏମସିଡି ନିର୍ବାଚନ ବିଜେପି ଓ ଆପ ପାଇଁ ସମ୍ମାନର ପ୍ରଶ୍ନ
ଦିଲ୍ଲୀ ଏମିସିଡି ୧୫ ବର୍ଷ ହେଲା ବିଜେପି କବଜାରେ ରହିଛି
ଏଥର ବଡଧରଣର ଓଲଟପାଲଟ କରିବ କି ଆପ୍ ?