ଟିକଟିକ୍ ଷ୍ଟାର ମେଘା ଠାକୁରଙ୍କ ଅକାଳ ବିୟୋଗ, ପରିବାର ଲୋକେ କହିଲେ …

285

କନକ ବ୍ୟୁରୋ: କାନାଡାରେ ରହୁଥିବା ଟିକଟକ୍ ଷ୍ଟାର ମେଘା ଠାକୁରଙ୍କ ଅକାଳ ବିୟୋଗ ଘଟିଛି । ନଭେମ୍ବର ୨୪ ତାରିଖରେ ତାଙ୍କର ପରଲୋକ ହୋଇଥିବାବେଳେ ଏବେ ଏହି ଖବରକୁ ସାର୍ବଜନୀନ କରିଛନ୍ତି ତାଙ୍କ ଅଭିଭାବକ । ମେଘାଙ୍କ ମୃତ୍ୟୁ ଖବରକୁ ତାଙ୍କର ଫଲୋୟର୍ସମାନେ ସହଜରେ ବିଶ୍ୱାସ କରିପାରୁନଥିଲେ ବି ଏହ ସତ ବୋଲି ମେଘାଙ୍କ ବାପା, ମା’ କହିଛନ୍ତି ।

ରିପୋର୍ଟ ମୁତାବକ, ମେଘା ଠାକୁର ୱେଷ୍ଟର୍ଣ୍ଣ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ଛାତ୍ରୀ ଥିଲେ । ସୋସିଆଲ ମିଡିଆରେ ଟିକଟକ୍ ଷ୍ଟାର ଭାବେ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଜୁଲାଇ ୨୦୨୨ରେ ମେଘା ଏକ ପୋଷ୍ଟ କରି ତାଙ୍କୁ ହାର୍ଟଆଟାକ୍ ହୋଇଥିବା ଜଣାଇଥିଲେ । ତେବେ ଏହାର କାରଣ ତାଙ୍କର ମାନସିକ ଅବସାଦ , ଓ ଚିନ୍ତା ବୋଲି ମଧ୍ୟ ସେ ଉଲ୍ଲେଖ କରିଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି । ମେଘାଙ୍କ ଅନ୍ତିମ ସଂସ୍କାର ତାଙ୍କ ହୋମଟାଉନ୍ ବରୈମ୍ପଟନ୍ , ଓଣ୍ଟାରିଆରେ ସମ୍ପନ୍ନ ହୋଇଥିବା ଜଣାପଡିଛି ।